ଲୋଇସିଂହା ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଓ ଇନୋଭେସନ୍ ପ୍ରତିଯୋଗୀତା

ଲୋଇସିଂହା : ଲୋଇସିଂହା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଷ୍ଟାର୍ଟଅପ୍ ଓ ଇନୋଭେସନ୍ ପ୍ରତିଯୋଗୀତା-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ତଥା ୱା.ଏ.ସି.ଟି ଅଧ୍ୟକ୍ଷ ଡ଼. ଜଗମୋହନ ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଉପସ୍ଥାପିତ ବିଭିନ୍ନ ପ୍ରୟୋଗାତ୍ମକ ଅନୁଚିନ୍ତା ଏବଂ ସନ୍ଦର୍ଭ ଉପରେ ଟିପ୍ପଣୀ ସହ ମୂଲ୍ୟାଙ୍କନ କରିଥିଲେ । ଏଥିସହ କଲେଜ ଅଧ୍ୟକ୍ଷ ବିଭୁଦେନ୍ଦୁ ମହାନ୍ତି ଏବଂ ଶିକ୍ଷା ବିଭାଗ ଅଧ୍ୟାପିକା ଶାନ୍ତିପ୍ରିୟା ହୋତା ଉପସ୍ଥିତ ରହି ଆଧୁନିକ ଯୁଗରେ କିଭଳି ଛାତ୍ରଛାତ୍ରୀମାନେ ନିଜର ବୁଦ୍ଧି ଓ ଦକ୍ଷତା ବଳରେ ବିଭିନ୍ନ ଅନୁସନ୍ଧାନ ମୂଳକ ବିଷୟରେ ପାରଙ୍ଗମ ହୋଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ । ସଭାରେ କମ୍ପ୍ୟୁଟର ବିଜ୍ଞାନ ବିଭାଗ ମୁଖ୍ୟ ଅବିନାଶ ମିଶ୍ର ସ୍ୱାଗତ ଜଣାଇବା ସହ ଅଧ୍ୟାପକ ଅଭିଷେକ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଚାରୀ ଜୋସେଫ୍ ମେହେର୍ ଓ ସଜନ୍ ରଣା ଯାନ୍ତ୍ରିକ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.