ନୂଆଁଖାଇ ପାଇଁ ତିନି ଦିନ ସରକାରୀ ଛୁଟି ଘୋଷଣା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସମସ୍ତ ସାମାଜିକ ଅନୁଷ୍ଠାନମାନେ ନୂଆଁଖାଇ ଛୁଟି ତିନି ଦିନ କରିବା ପାଇଁ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ବଲାଙ୍ଗିରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଏହାକୁ ଆଖି ଆଗରେ ରଖି ତିନି ଦିନ ଛୁଟି ପ୍ରଦାନ କରିବା ଦାବିରେ ଏକ ଦାବି ପତ୍ର ପ୍ରଦାନ କରାଗଲା । ବିଭିନ୍ନ ଅଂଚଳରେ ବସବାସ କରୁଥିବା ବା ଚାକିରି କରୁଥିବା ଲୋକ ଗୋଟିଏ ଦିନ ଛୁଟି ଦେଲେ କେହି ଘରକୁ ଆସି ନିଜ ପରିବାର ସହ ନବାନ୍ନ ଖାଇବାରେ ଅନେକ ଅସୁବିଧା ହେଉଛି ଏବଂ ଏହି ତିନି ଦିନ ପର୍ଯ୍ୟନ୍ତ ନୁଆଁଖାଇର ପ୍ରଭାବ ଅଂଚଳରେ ଥାଏ । ସେଥି ପାଇଁ ଛାତ୍ର ଛାତ୍ରୀମାନେ ସ୍କୁଲ କଲେଜ ମଧ୍ୟ ଯାଆନ୍ତି ନାହିଁ ତେଣୁ ଏହି ତିନି ଦିନ ଛୁଟି ଘୋଷଣା କରି ପଶ୍ଚିମ ଓଡିଶାବାସୀଙ୍କୁ ସାଂସ୍କୃତିକ ଓ ଐତିହ୍ୟକୁ ସମ୍ମାନ ଦେଇ ଓଡିଶାର ଅସ୍ମିତାକୁ ବଂଚାଇବାକୁ ଦାବି କରୁଛୁ । ଯଦି ଦାବୀ ପୁରଣ ନ ହୁଏ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିନୋଦ କୁମାର କାଲସାଏ, ଥବିର କର୍ମୀ, ଗୋବିନ୍ଦ ଶତପଥି, ବିକାଶ ସା, ପ୍ରଦିପ ଜୁଏଡ, ରାମ ଶଙ୍କର ଶତପଥୀ, ସତ୍ୟ ହୋତା, ରବିନ୍ଦ୍ର ପ୍ରଧାନ, କନ୍ଦର୍ପ ରଣା, ସୁରେଶ କମ୍ପ, ଦେବରାଜ ନାଗ, କାହ୍ନା ଶତପଥି, ସୁବ୍ରତ ନିଆଲ, ରାଜେଶ ସାହୁ, ରମାକାନ୍ତ ମେଶ୍ୱା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.