ଜାତୀୟ ରାଜପଥରେ ଏଲ୍‌ଟି କେବୁଲ ବିଦ୍ୟୁତ ତାର ଛିଣ୍ଡିଲା : ଅଳ୍ପକେ ବର୍ତ୍ତିଲେ ଯୁବକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଶନି ମନ୍ଦିରର ପାଶ୍ୱରେ ଯାଇଥିବା ଷୋହଳ ନମ୍ବର ଜାତୀୟ ରାଜପଥ ଉପରେ ଯାଇଥିବା ଏଲ୍ ଟି କେବୁଲ ବିଦ୍ୟୁତ ତାର ହଟାତ ଛିଣ୍ଡି ପଡିଥିଲା । ସେହି ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକଙ୍କ ଉପରେ ତାର ପଡି ଯାଇଥିଲା । ଫଳରେ ଯୁବକ ଜଣକ ଗାଡିରୁ ଛିଟିକି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ୱେଚ୍ଛାସେବୀ ପପି ମହାଙ୍ଗୁଡ଼ ଓ କାଳିଆ ତାଙ୍କୁ ସଙ୍ଗେ ସଙ୍ଗେ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେ ସାମନ୍ୟ ଆହତ ହେବା ସହ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ଆଲୋଚନା ହେଉଛି । ଆହତ ଯୁବକ ହେଲେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଗଡ଼ ଥାନା ଅନ୍ତର୍ଗତ ବଜ୍ରକୋଟ ମୁନା ସାଗର ନାୟକ (୨୪ବର୍ଷ )ବୋଲି ଜଣାପଡିଛି । ମୁନା ନିଜ ଆପାଚୀ ଗାଡି ନମ୍ୱର ଓଡ଼ି ୦୭ଏବି ୪୨୫୫ ବାଇକରେ ବ୍ରହ୍ମପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ଗଞ୍ଜାମ ପୋଲିସ ପ୍ରଶାସନ ଓ ବିଦ୍ୟୁତ ସେକ୍ସନର ସମସ୍ତ କର୍ମଚାରୀ ବିଦ୍ୟୁତ ସରବରାହ ବନ୍ଦ କରି ଯୁଦ୍ଧ କାଳୀନ ଭିତ୍ତିରେ ଛିଣ୍ଡି ଥିବା ତାର ସଜାଡ଼ିଥିଲେ । ଅନ୍ୟ ପଟେ ତାର ଛିଣ୍ଡିବା ପରେ ଦୁଇ ପାର୍ଶ୍ୱରେ ଗାଡି ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଫଳରେ ବସ ଗୁଡିକ ସହର ଦେଇ ଯାତାୟାତ କରିଥିଲା । ଏସ.ଡି.ପି.ଓ ଚନ୍ଦନ ଘଡେଇ , ଗଞ୍ଜାମ ଥାନା ଏ. ଏସ. ଆଇ ସୁପ୍ରଭା ମେଡାମ୍ ,ଗଞ୍ଜାମ ଇଲେକ୍ଟ୍ରୀ ଜେଇ ସାଗର କୁମାର ପରିଡ଼ା ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲା ।

jittmm
Leave A Reply

Your email address will not be published.