ଇପିଏଫ୍‌ ଟଙ୍କା ଦାବିରେ ଟିଟିଲାଗଡ଼ ପୌର ପରିଷଦର ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଡାକରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୌର ପରିଷଦର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିବା ସହ ଦେଇଛନ୍ତି କାର୍ଯ୍ୟ ବନ୍ଦ ଡାକରା । ସେମାନଙ୍କ କହିବାନୁଯାୟୀ ସେମାନଙ୍କ ଇପିଏଫ୍ ଟଙ୍କା କଟୁଛି, କିନ୍ତୁ ସେମାନଙ୍କ ଆକାଉଣ୍ଟରେ ତାହା ଜମା ହେଉନାହିିଁ । ଏଭଳି ଦୁର୍ନୀତି କରିବା ସତ୍ତ୍ୱେ କିପରି ରିନୁଆଲ ହେଉଛି ଠିକାଦାରଙ୍କ ଠିକା, ଏଭଳି ପ୍ରଶ୍ନ କରିଛନ୍ତି ଟିଟିଲାଗଡ଼ ପୌର ପରିଷଦ ସଫେଇ କର୍ମଚାରୀମାନେ । ଠିକାଦାରଙ୍କୁ ପୌର ପରିଷଦ ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆସିଛି । ଏହି ଟଙ୍କା ନ ମିଳିଲେ ଆମେ କାମ କରିବୁ ନାହିିଁ ବୋଲି ସେମାନେ ରୋକ୍‌ଠୋକ୍‌ କହିଛନ୍ତି । ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥୀ ପହଞ୍ଚି ବୁଝାସୁଝା କରିବା ପରେ ବି କର୍ମଚାରୀ ମାନୁ ନଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.