ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ : କ୍ୟାବିନରେ ଚାପିହୋଇ ରହିଥିବା ଡ୍ରାଇଭର ଉଦ୍ଧାର

ଢେଙ୍କାନାଳ : ଗଛରେ ପିଟି ହୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଗାଡ଼ିରେ ଚାପି ହୋଇ ରହିଲେ ଡ୍ରାଇଭର । ଢେଙ୍କାନାଳ ଜିଲ୍ଲା ସଦର ଥାନା ମହିଷାପାଟ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଡ୍ରାଇଭର ଗାଡି ଭିତରେ ଚାପିହୋଇ ରହିଥିବା ବେଳେ ତାଙ୍କୁ ବହୁ କଷ୍ଟରେ ଆଗ୍ନିଶମ ବାହିନୀ ଉଦ୍ଧାର କରିଛି । ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଆମ୍ବୁଲାନ୍ସଟି ଢେଙ୍କାନାଳରୁ ଶଙ୍କରପୁର ଆଡକୁ ଯାଉଥିଲା । ମହିଷାପାଟ ଆରଟିଓ ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟର ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ବଡ଼ ଗଛରେ ପିଟି ହୋଇଥିଲା । ଗାଡିରେ ଅନ୍ୟ କେହି ନଥିବା ବେଳେ ଡାଇଭର କ୍ୟାବିନ୍‌ରେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ପହଞ୍ଚି ହାଇଡ୍ରୋଲିକ୍ କଟର ସାହାଯ୍ୟରେ ଉଦ୍ଧାର କରିଥିଲା ।

jittmm
Leave A Reply

Your email address will not be published.