ଜିଲ୍ଲା ସ୍ତରୀୟ ସ୍ୱାଧିନତା ପ୍ୟାରେଡରେ ମଣ୍ଟେଶ୍ୱରୀ ସ୍କାଉଟ ଓ ଗାଇଡ ଟ୍ରୁପ ପୁରସ୍କୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ସ୍କାଉଟ ଓ ଗାଇଡ ଟ୍ରୁପ ମନୋହରପୁର ସ୍ଥିତ ପ୍ୟାରେଡ ଗ୍ରାଉଣ୍ଡରେ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ ପ୍ୟାରେଡ ସମାରୋହ ପ୍ୟାରେଡରେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ପଂଚାୟତରାଜ ବିଭାଗ ମନ୍ତ୍ରୀ ରବି ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଏବଂ ଜିଲ୍ଲାପାଳ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଅତିଥିବୃନ୍ଦ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗରେ ଟ୍ରଫି ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ । ଏଥିରେ ମଣ୍ଟେଶ୍ୱରୀ ସ୍କୁଲର ସ୍କାଉଟ ଓ ଗାଇଡ ଟ୍ରୁପ ପ୍ୟାରେଡରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ଅତିଥିମାନେ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ସ୍କୁଲର ଗୌରବ ଆଣିଥିବାରୁ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ, ନିର୍ଦ୍ଦେଶକ ଓ ଅଭିଭାବକ ମହଲରେ ଖୁସିର ବାତାବରଣ ସୃଷ୍ଟି କରିଛି । ଏହି ଉତ୍ସବରେ ବଲାଙ୍ଗିର ଜନସାଧାରଣ ଉପସ୍ଥିତ ରହି ଉତ୍ସବକୁ ଅଧିକ ରୋମାଂଚକର କରିବା ସହିତ ବିଜୟୀ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.