ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ସେପ୍ଟମ୍ବର ମାସ ୧୩ ତାରିଖ ଶନିବାର ଦିନ ବଲାଙ୍ଗିର, ପାଟଣାଗତ, ଟିଟିଲାଗଡ, କଂଟାବାଂଜି, ଲୋଇସିଂହା, ସଇଁତଳା, ମୁରିବାହାଲ, ବଙ୍ଗୋମୁଣ୍ଡା ଏବଂ ତୁଷୁରା ଅଦାଲତ ପରିସରରେ ଓ ଜିଲ୍ଲାର ସମସ୍ତ ରାଜସ୍ଵ ବିଭାଗ ତଥା ରାଷ୍ଟ୍ରାୟତ ବ୍ୟାଙ୍କ, ଜିଲ୍ଲା ଶ୍ରମ ବିଭାଗ, BSNL, Municipality, PHD, Consumer forum ବିଭାଗ ମାନଙ୍କର ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । । ଏଥିରେ ସମସ୍ତ ପ୍ରକାରର ବିଚାରଧୀନ ମକଦ୍ଧମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣାଜନିତ କ୍ଷତିପୁରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହାସହ ପ୍ରାକ୍ ମକଦ୍ଦମାସ୍ତରୀୟ ମାମଲା ତଥା ଚେକ୍ ବାଉନ୍ସ, ବ୍ୟାଙ୍କ ରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଲୋକ ଅଦାଲତରେ ମକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ କରିବାକୁ ପଡେ ନାହିଁ । ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଦମାର ସହଜ ସମାଧାନ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁଯୋଗ । ଏ ସଂକ୍ରାନ୍ତରେ ବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଓ ତାଲୁକ ଆଇନ ସେବା କମିଟି ପାଟଣାଗଡ, ଟିଟିଲାଗଡ଼, କଂଟାବାଂଜି, ଲୋଇସିଂହା, ସଇଁତଳା ,ମୁରିବାହାଲ, ବଙ୍ଗୋମୁଣ୍ଡା,ତୁଷୁରା ଏବଂ ଅନ୍ୟ ଉପରୋକ୍ତ ବିଭାଗ ମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଉଅଛି ।

Prev Post