ଛାତ୍ରୀମାନଙ୍କ ଆତ୍ମହତ୍ୟା ଉପରେ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି ଅଭିଯାନ

ସଇଁତଲା, (ଖୁସିରାନୀ ସାହୁ) : ଦିନକୁ ଦିନ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା, ଆତ୍ମଦାହ ପରି ହୀନ ମାନସିକତା ବଢ଼ି ଚାଲିଥିବା ବେଳେ ଆତ୍ମହତ୍ୟା, ଆତ୍ମଦାହ ପରି ହୀନ ମାନସିକତା ଠାରୁ କିପରି ଛାତ୍ରଛାତ୍ରୀମାନେ ଦୁରେଇ ରହିବେ ଓ ସୁସ୍ଥ ସମାଜ ଗଠନରେ ସହାୟକ ହେବେ ସେଥିପାଇଁ କଲେଜର ଅଧ୍ୟକ୍ଷ ସରୋଜ କୁମାର ବାରିକଙ୍କ ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ଯୋଗଦେଇଙ୍କ ପଂଚାୟତ ସମିତି ମହାବିଦ୍ୟାଳୟରେ ସଚେତନତା ସଭାକରି ଛାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। କିଛି ବି ଅସୁବିଧାର ସମ୍ମୁଖୀନ ହେଲେ ନିର୍ଭୟରେ ପୋଲିସକୁ ଜଣାଇପାରିବେ ପୋଲିସ ତାଙ୍କ ସହିତ ସବୁବେଳେ ଅଛି, ଏଣୁ ଆତ୍ମହତ୍ୟା, ଆତ୍ମଦାହ ପରି ହୀନ ମାନସିକତା ଠାରୁ ଦୁରେଇ ରହିବା ପାଇ ଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ । ଏହି ସଚେତନତା ଶିବିରର ସ୍ଥାନୀୟ ଅଧ୍ୟାପକ ଡିଲେଶ୍ୱର ଭୋଇ, ଶଶୀ ଭୂଷଣ ସାହୁ, ଏସଏସଆଇ ଥବିର ମହାରଣା, ହେମନ୍ତ ବେହେରା, ମଙ୍ଗଳ ମାରକାମି ସମେତ କଲେଜର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.