ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ଶୃଙ୍ଗ ଆରୋହଣ କରି ଜନ୍ମମାଟି ଫେରିଲେ ଆଶୀର୍ବାଦ

  • ବରଗଡରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ଜାତୀୟ ପତାକା ଉଡ଼ାଇ ଇତିହାସ ରଚିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲିତା ଟିକିରା ଗ୍ରାମର ଯୁବ ପର୍ବତାରୋହୀ ଆର୍ଶୀବାଦ ମହାପାତ୍ର ଆଜି ଜନ୍ମମାଟିକୁ ଫେରିଛନ୍ତି । ଆଜି ବରଗଡ ଗାନ୍ଧୀ ଛକଠାରେ ସଂକଳ୍ପ ପରିବାର ବରଗଡ, ନିଷ୍ଠା ପରିବାର, ଫାଇଟର୍ସ୍ ଗ୍ରୁପ, ବରଗଡ, କୋଶଲ ସଂଗ୍ରାମୀ, ଅଶ୍ୱିନୀ ଦର୍ଜୀ, ସୁରେନ୍ଦ୍ର ପଣ୍ଡା ଓ ଶତାଧିକ ବରଗଡ ବାସୀ ଉପସ୍ଥିତ ରହି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ । ଆଶୀର୍ବାଦଙ୍କୁ ବରଗଡର ସମଲେଇ ମନ୍ଦିର ଯାଏଁ ପାଛୋଟି ନେଇଥିଲେ ମାଁ ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଜି.ରମେଶ, ଅନନ୍ତ ସାହୁ, ଚିନ୍ମୟ ପାଣ୍ଡେ, ନୀଲେଶ ପ୍ରଧାନ, ନବୀନ ବୁଡେକ ସମେତ ଅନ୍ୟାନ୍ୟ ସଂଗଠନର ସଦସ୍ୟ ଗଣ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.