csstore

ଆଦିବାସୀ ଭାଷା, ସଂସ୍କୃତି, ପ୍ରଥା, ପରମ୍ପରାର ସୁରକ୍ଷା ପାଇଁ ଆହ୍ୱାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗଶର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟାଳୟ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡାର ସଭାପତି ଚକ୍ରଧର ଜାନିଙ୍କ ସଭାପତିତ୍ୱରେ ଜିଲା ଉପସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ଆଦିବାସୀ କଲ୍ୟାଣ ସଂଘ ବଙ୍ଗୋମୁଣ୍ଡା ବ୍ଲକ ଉପସଭାପତି ଭଗବାନ ଝାଙ୍କର, ସଂପାଦକ ମହାଦେବ ଭୋଇ,ବସନ୍ତ ଭୋଇ, ପୁରନ୍ଦର ଭୋଇ, ସାମାଜିକ କର୍ମୀ ଥବିର ଚନ୍ଦ୍ର ବାଗ ପ୍ରମୁଖ ମଞ୍ଚାସୀନ ଥିଲେ । ନାରୀନେତ୍ରୀ ସବିତା ପାତ୍ର, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ, ପୁରୁଷୋତ୍ତମ ଭୋଇ, ଗୌରାଙ୍ଗ ଭୋଇ, କବିତ ଭୋଇ, ଗଣେଶ ଭୋଇ, ଗଙ୍ଗାରାମ ଭୋଇ, ଶଙ୍କର ଭୋଇ, ମଧୁସୂଦନ ଜାନି, ଚେରୁ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଟିଟିସିଲେଟ ଗାଁ ଠାରେ ଆଦିବାସୀ ବିକାଶ ଅଭିଯାନ ପକ୍ଷରୁ ଆୟୋଜିତ ବିଶ୍ୱ ଆଦିବାସୀ ଦିବସ କାର୍ଯ୍ୟକ୍ରମ ଜଗଦୀଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କପିଲ ଭୋଇ, ଅଶ୍ୱିନୀ ଭୋଇ, ଭଗବାନ ଭୋଇ, ଗୌରାଙ୍ଗ ମାଝୀ, ଅଗାଧୁ ମାଝୀ, ସୌମିତ୍ରୀ ଭୋଇ, ଜୟରାମ ଭୋଇ, ବ୍ରଜ ଭୋଇ, ଦିଗସନ ଭୋଇ ଙ୍କ ସହ ବହୁ ଲୋକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.