csstore

ବିଶ୍ୱ ଆଦିବାସୀ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇଚ୍ଛାପଡା ସ୍ଥିତ ଶବରୀ ନାରାୟଣ ମନ୍ଦିର ଧର୍ମଶାଳା ପରିସରରେ ଆଦିବାସୀ ଅଧିକାର ମହାସଂଘ ଆନୁକୁଲ୍ୟରେ ସଭାପତି ମୟ ପ୍ରଧାନୀଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରଣଜିତ ବେହେରା, ସମ୍ମାନିତ ଅତିଥି ଚମାର ସିଂ ଭୋଇ, ମୁଖ୍ୟବକ୍ତା ଜିଲ୍ଲା ସଭାପତି ଶବର ସମାଜ ବଲାଙ୍ଗିର ଯଥା ବିଶ୍ୱାଲ, ସମ୍ମାନିତ ଅତିଥି ବୀରବର ଧରୁଆ ଜିଲ୍ଲା ସଭାପତି ଗଣ୍ଡ ସମାଜ, ପ୍ରଭାସିନୀ ଭୋଇ, ମୁଖ୍ୟ ପୂଜକ ସୁଲିଆ ଯାତ୍ର ସୋମନାଥ ବେହେରା, ଡା. ସୁରେନ୍ଦ୍ର ଭୋଇ, ରାହାସ ବିହାରୀ ଭୋଇ, ଅଶୋକ ବୁଡେକ ପ୍ରମୁଖ ମଂଚାସୀନ ଥିଲେ । ମୟ ପ୍ରଧାନୀ ସଭା ପରିଚାଳନା କରୁଥିବା ବେଳେ କାଳିନ୍ଦ୍ରୀ ମାଝି ଧନ୍ୟବାଦ ଦେଇଥିଲେ । ମଧୁବନ ଭୋଇଙ୍କ ସହ ଶୁଲିଆ ଯାତ୍ରର ସମସ୍ତ ଦେହେରୀ, ପୂଜାରୀ, ସତ୍ୟବତୀ ପ୍ରଧାନୀ, ପୁଷ୍ପାଞ୍ଜଳି ବୁଡେକ, ଜଗଣା ମାଝି, ଶୋଭାମଣି ମାଝି, ସୁରେନ୍ଦ୍ର ମାଝି ପ୍ରମୁଖ ସହଯୋଗ କରିଥିଲେ । ୭ ଦଫା ଦାବିପତ୍ର ଜିଲ୍ଲାପାଳ ବଲାଙ୍ଗିରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ଭାରତ ସରକାର ଓ ମହାମହିମ ରାଜ୍ୟପାଳ ଓଡିଶାଙ୍କୁ ପ୍ରଦାନ କରାଯାଇଥିଲା । ଇଚ୍ଛାପଡା ବଲାଙ୍ଗିର ସ୍ଥିତ ଶବରୀ ନାରାୟଣୀ ମନ୍ଦିର ଠାରୁ ଜିଲ୍ଲପାଳ କାର୍ଯ୍ୟାଳୟକୁ ଶହ ଶହ ଆଦିବାସୀ ଓ ମହିଳା ଡକା ବାଦ୍ୟ ସହ ଶୋଭାଯାତ୍ରା କରିଥିଲେ ।

jayashree
Leave A Reply

Your email address will not be published.