ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଦୁଗ୍ଧ ଚାଷୀ ଭବାନୀ ବଘାର(୪୮)ଙ୍କ ଶୁକ୍ରବାର ସକାଳେ ରାୟପୁରରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ମୃତଦେହ ରାୟପୁରରୁ ଗାଁକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଏକମାତ୍ର ଭାଇ ଟଙ୍କଧର, ସମସ୍ତ ଭଉଣୀ, ଜ୍ୱାଇଁ, ଏକମାତ୍ର ଝିଅ, ପୁଅଙ୍କ ସହ ସମସ୍ତ ପରିବାର ଜ୍ଞାତିକୁଟୁମ୍ବ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ପରଲୋକ ଖବର ପାଇ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କ ଶେଷ ଦର୍ଶନ କରିଥିଲେ । ସେ ଜଣେ ପରିଶ୍ରମୀ ଚାଷୀ ତଥା ସଫଳ ଦୁଗ୍ଧ ଚାଷୀ ରୂପେ ଗାଁରେ ପରିଚିତ ଥିଲେ । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଏକମାତ୍ର ପୁଅ ମନୀଷ ଓ ସାନଭାଇ ଟଙ୍କଧର ମୁଖାଗ୍ନି ଦେଇଥିଲେ । ତାଙ୍କ ଅକାଳ ବିୟୋଗରେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
