ପାଇକମାଲ ବିିନ୍ଧ୍ୟା ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଫ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିିନ୍ଧ୍ୟା ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଫ୍ୟାଲେରିଆ ରୋଗର ନିରାକରଣ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ଅଧ୍ୟକ୍ଷତା କରିଥିଲେ । ପାଇକମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମକର୍ତ୍ତା ମାନେ ଏଥିରେ ଯୋଗ ଦେଇଥିଲେ । ମହା ବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥାର ମିଳିତ ଆନୁକୁଲ୍ୟରେ ସାଲେପାଲି ଗ୍ରାମ ପରିକ୍ରମା ପୂର୍ବକ ଏକ ରାଲି ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ଲୋକମାନଙ୍କୁ ସଚେତନ କରିଥିଲେ । ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାମାନେ ଏଥିରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.