csstore

ବଡଟୀକା ପଂଚାୟତ ଅଫିସରେ ତାଲା ପକାଇଲେ ୱାର୍ଡ ସଭ୍ୟସଭ୍ୟା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଡଟୀକା ପଂଚାୟତର ସରପଂଚ ଉଦୟନାଥ ନାଏକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଅନେକ ଥର ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିେଯାଗ ସତ୍ୱେ କୌଣସି ସୁଫଳ ନମିଳିବାରୁ ସମସ୍ତ ୱାର୍ଡ ସଭ୍ୟସଭ୍ୟାମାନେ ପଂଚାୟତ ଅଫିସରେ ତାଲା ପକାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଗଲପୁର ବିଡିଓ ଓ ଲୋଇସିଂହା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ପଂଚାୟତର ନାଏବ ସରପଂଚ ବିଜୁଳି ସାହୁଙ୍କ ସହ ସମସ୍ତ ୱାର୍ଡ ସଭ୍ୟସଭ୍ୟାମାନେ ଅଫିସ ଗୃହରେ ତାଲା ପକାଇଥିବା ପ୍ରକାଶ କରିଛନ୍ତି । ଉକ୍ତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାସନ ଓ ଭତ୍ତା ବଣ୍ଟନକୁ ବାଦ ଦେଇ ପଂଚାୟତର ସମସ୍ତ ଉନ୍ନୟନମୂଳକ କାମକୁ ବନ୍ଦ କରାଯିବ ବୋଲି ଚେତାବନୀ ଦେବା ସହ ଧାରଣାରେ ବସିବୁ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.