csstore

ସମ୍ବଲପୁର ନାନ୍ଦେଡ ଟ୍ରେନ ପ୍ରତିଦିନ ଚଳାଚଳ ପାଇଁ ଓସାକା ହାଇଦ୍ରାବାଦର ରେଲ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଓସାକା ହାଇଦ୍ରାବାଦ ତରଫରୁ ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ସମ୍ବଲପୁର ନାନ୍ଦେଡ ନାଗାୱାଲୀ ଏକ୍ସପ୍ରେସ ଟ୍ରେନ ଦୈନନ୍ଦିନ ଚାଳିବା ପାଇଁ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓସାକାର ଉପଦେଷ୍ଟା ପଦ୍ମନାଭ ପ୍ରଧାନ ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶାରୁ ଏକମାତ୍ର ଟ୍ରେନ ହାଇଦ୍ରାବାଦକୁ ସପ୍ତାହକୁ କେବଳ ତିନିଦିନ ଚାଳୁ ଥିବାରୁ ଅନେକ ସମୟରେ ପଶ୍ଚିମ ଓଡ଼ିଶାବାସୀ ଜରୁରୀ କାଳୀନ ଚିକିତ୍ସା ପାଇଁ ଯାତ୍ରା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଗାବାସୀ ଟ୍ରେନ ପ୍ରତ୍ୟେକ ଦିନ ଚାଳିଲେ ପଶ୍ଚିମ ଓଡ଼ିଶା ତଥା ଦକ୍ଷିଣ ଓଡ଼ିଶାର ହଜାର ହଜାର ଲୋକ ଚିକିତ୍ସା ତଥା ଜୀବିକା ପାଇଁ ଉପକୃତ ହେବେ ବୋଲି ଓସାକା ହାଇଦ୍ରାବାଦ ତରଫରୁ ମାନ୍ୟବର ରେଳ ମନ୍ତ୍ରୀଙ୍କୁ ଏହି ଯଥାର୍ଥ ଦାବିକୁ ସହୃଦୟର ସହ ବିଚାର କରିବାକୁ ଅନୁରୋଧ କରାଯାଇଥିଲା ।

jayashree
Leave A Reply

Your email address will not be published.