କଳା, ସଂସ୍କୃତି ଓ ଐତିହ୍ୟକୁ ସାହିତ୍ୟ ଆସର ରୁଦ୍ଧିମନ୍ତ କରିଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଗଙ୍ଗାଧର ମେହେର ସାହିତ୍ୟରେ ଜାତୀୟତା ବୋଧ ଶୀର୍ଷକ ଆଲୋଚନାଚକ୍ରର ପ୍ରଥମାର୍ଦ୍ଧ ରେ ସଭାପତି ବିଶିଷ୍ଟ ସାହିତ୍ୟିକ ଓ କଥାକାର ଭୂପେନ ମହାପାତ୍ର ଯୋଗଦେଇଥିବା ବେଳେ ମଖ୍ୟଅତିଥି ଭାବରେ ଗୀତି କବି ସମାଜର ସଭାପତି ତାରିଣୀ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ଅଭୟ କୁମାର ଦାସ, ସାମାଜିକ କର୍ମୀ ପଶୁପତି ନାଥ ଚାଟାର୍ଜି, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ ଯୋଗଦେଇ ମେହେର ସାହିତ୍ୟରେ ଜାତୀୟତା ବୋଧର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ମଧୁସୂଦନ ପାଠାଗାରର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଆସରରେ ସୁସାହିତ୍ୟିକା ମଞ୍ଜୁଳା କୁମାରୀ ରଥ ଗଳ୍ପ ପଠନ କରିଥିଲେ । କବି ସୁଶାନ୍ତ କୁମାର ନାୟକ ସମ୍ପାଦକୀୟ ବିବରଣୀ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ୟ୍ୟାୟରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମନୋଜ କୁମାର ନନ୍ଦ ସଭାପତିତ୍ୱ କରିଥିବା ବେଳେ କବି ବିଭୂପ୍ରସାଦ ନାୟକ ଓ କବି ବସନ୍ତ ବିଶ୍ୱକର୍ମା ପାଠୋତ୍ସବକୁ ସଂଯୋଜନା କରିଥିଲେ । କବି ବ୍ରଜେନ୍ଦ୍ର ଦାଶ, ପ୍ରତାପ ପଣ୍ଡା, ଉପେନ୍ଦ୍ର ବସ୍ତିଆ, ଅର୍ଚ୍ଚନା ପାତ୍ର, ବ୍ରହ୍ମାନନ୍ଦ ପାଢୀ, ନିକୁଞ୍ଜ ବିହାରୀ ଦାଶ, ବଳରାମ ଦାଶ, ସୁନିତା ସାହୁ, କନକ ଲତା ମିଶ୍ର, ନିରୁପମା ନାୟକ, ସାଗର ମହାନ୍ତି, ଜ୍ଞାନରଞ୍ଜନ ମିଶ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଗୀତାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ରାଉତ, ବିକ୍ରମ ଆଚାର୍ୟ୍ୟ, ବ୍ରଜକିଶୋର ପାଣି, ସୂର୍ୟ୍ୟମଣୀ ପଣ୍ଡା ସହ ସହରର ବହୁ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.