ଅନ୍ତିମ ସୋମବାରରେ ସମସ୍ତ ଶୈବ ପୀଠ ଚଳଚଞ୍ଚଳ

ଜୟପାଟଣା, (ଶେଷଦେବ ବେହେରା) : ଶ୍ରାବଣ ମାସର ଅନ୍ତିମ ସୋମବାରରେ ଅଞ୍ଚଳର ପ୍ରତ୍ୟେକ ଶୈବପୀଠ କାଉଡ଼ିଆ ଓ ଶ୍ରଦ୍ଧାଳୁମାନଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି । ଜୟପାଟଣା ବ୍ଲକର ପାହାଡ଼ ଶିଖରରେ ରହିଥିବା ଘୁମରେଶ୍ୱର୍, ମଙ୍ଗଳପୁର ସ୍ଥିତ କାଳେଶ୍ୱର, କସନାଡଙ୍ଗର ଉପରେ ଅବସ୍ଥିତ ଅଷ୍ଟଶମ୍ଭୁ ଆଦି ବାନରାଜି ସ୍ଥଳମାନ ଲୋକାରଣ୍ୟ ହୋଇ ଉଠିଥିବା ଦେଖିବାକୁ ମିଳିଛି । ଏତଦ୍ ବ୍ୟତୀତ ଜୟପାଟଣା ମୌଲେଶ୍ୱର, ବାପୁ ଆଶ୍ରମର ଓମକାରେଶ୍ୱର, ସର୍ଗିଗୁଡା, ପାବ୍ଲି, ମୂଖିଗୁଡ଼ା, ବାନେର, ରେଙ୍ଗାଲପାଲି ଆଦି ପୀଠ ମାନଙ୍କରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିର ସହ ପବିତ୍ର ଜଳ ଢାଳିବା ଦେଖିବାକୁ ମିଳିଥିଲା । ମଙ୍ଗଳପୁର ହାତୀନଦୀ ପାର୍ଶ୍ଵରେ ପାହାଡ଼ର ସୁରମ୍ୟ ବେଷ୍ଟନୀ ମଧ୍ୟରେ ରହିଥିବା କାଳେଶ୍ୱର ଶିବ ମନ୍ଦିର ପରିସରରେ ବଡି ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଭ୍ୟନ୍ତରୀଣ ବ୍ୟବସ୍ଥା ପାଇଁ ସ୍ଥାନୀୟ ଯୁବକମାନେ ଶୃଙ୍ଖଳିତ ଦର୍ଶନ ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ । ଛତାପଦର ଗ୍ରାମର ହୋଲି ଭଟା ବୋଲବମ ପାର୍ଟିର ଶ୍ରଦ୍ଧାଳୁମାନେ ସମସ୍ତ ଭକ୍ତଗଣଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରି ନିଜର ବ୍ରତ ପୂରଣ କରିଥିଲେ ।

jittmm
Leave A Reply

Your email address will not be published.