ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଦିର୍ଘ ୩୦ ବର୍ଷ ଧରି ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ସେଠୀ ଗତ ୩୧ ତାରିଖରେ ତାଙ୍କ ଚାକିରୀ କାର୍ଯ୍ୟକାଳରୁ ଅବସର ନେଇଛନ୍ତି । ଶୁକ୍ରବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ମଣ୍ଡଳ ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉଲ୍ଲାସ ପାଟଶାଣୀ, ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ, ସୁରେନ୍ଦ୍ର କୁମାର ନାୟକ, ଶ୍ରଦ୍ଧାଞ୍ଜଳି ଜେନା, ପରିଚାଳନା କମିଟି ଅଧ୍ୟକ୍ଷ ଲକ୍ଷ୍ମୀଧର ରାଉତରାୟ, ଆଲୁମିନା ସଭାପତି ସର୍ବେଶ୍ୱର ଭୁଜୁବଳ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇ ସୁରେନ୍ଦ୍ର ନାଥଙ୍କ ଶିକ୍ଷକତା ଜୀବନରେ ଛାତ୍ରଛାତ୍ରୀଙ୍କ ପ୍ରତି ରହିଥିବା ଭଲ ପାଇବା, ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସେ ତାଙ୍କ କର୍ମମୟ ଜୀବନ ତୁଲାଇଥିବା ପ୍ରକାଶ କରିବା ସହ ବିଦ୍ୟାଳୟ ପାଇଁ ରହିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ,ଏବଂ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରି ଏହି ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଆଜି ସମାଜରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି ବୋଳି ମତବ୍ୟକ୍ତ କରିଥିଲେ । ଶିକ୍ଷୟତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ମଲ୍ଲିକ ଅତିଥିପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ଏହି ଉତ୍ସବରେ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଆଲୁମିନି କମିଟିର ସମସ୍ତ ସଦସ୍ୟ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀମାନେ ଯୋଗଦେଇ ବେଶ ଭାବବିହ୍ଵଳ ହୋଇଥିଲେ । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏକ ପଟୁଆରରେ ସୁରେନ୍ଦ୍ର ସାରଙ୍କୁ ତାଙ୍କ ସାକ୍ଷୀଗୋପାଳ ସ୍ଥିତ ବାସଭବନରେ ଛାଡିଥିଲେ । ଶିକ୍ଷୟତ୍ରୀ ସୁରଭି ପ୍ରଧାନ, ସୁଶ୍ରୀ ପ୍ରିୟଦର୍ଶିନୀ ମଲ୍ଲିକ, ସୀତାକାନ୍ତ ରାଉତରାୟ, କୁନ୍ତଳା ବିଶ୍ଵାଳ, ଲକ୍ଷ୍ମୀପ୍ରିୟା ପ୍ରଧାନ, ମମତା ବେହେରା, ଚିତ୍ତରଞ୍ଜନ ରାଉତରାୟ, ଅଜିତ ମହାପାତ୍ର, ସୁକାନ୍ତ ସେଠୀ, ସହଦେବ ମଲ୍ଲିକ, ରାଜେଶ ପ୍ରଧାନ, ସୁରେଶ ରାହୁଳ ଓ ନୀଳାମ୍ବର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
