ବକଟି ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବକଟି ସ୍ଥିତ ବଂଶୀଧର ମେମୋରିଆଲ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନରୁ ଶିକ୍ଷକ ସମସ୍ୟା ଲାଗି ରହିଛି । ଏହି ବିଦ୍ୟାଳୟରେ ମୋଟ ମଞ୍ଜୁରୀପ୍ରାପ୍ତ ୮ ଜଣ ଶିକ୍ଷକ ମଧ୍ୟରୁ ପ୍ରଧାନ ଶିକ୍ଷକ, ଟିଜିଟି କଳା ଓ ସିବିଜେଡ ଏବଂ ସଂସ୍କୃତ ଓ ଖେଳ ଶିକ୍ଷକଙ୍କୁ ମିଶାଇ ମୋଟ ୫ ଶିକ୍ଷକ ସମେତ କିରାଣୀ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଛି । ବିଦ୍ୟାଳୟର ପିସିଏମ୍ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବାବେଳେ ଜଣେ କଳା ଶିକ୍ଷକ ଓ ହିନ୍ଦୀ ଶିକ୍ଷକଙ୍କୁ ନେଇ ଏଠାରେ ଶିକ୍ଷାଦାନ ଚାଲିଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢା ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଗୁରୁତର ପ୍ରଭାବିତ ହେଉଛି । ଏହି ସମସ୍ତ ଅସୁବିଧାକୁ ଦୂର କରିବା ସକାଶେ ଖୁବଶୀଘ୍ର ଶିକ୍ଷକ ତଥା ଅଣ ଶିକ୍ଷକ ପଦବୀ ପୂରଣ କରାଯିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି, ସଭ୍ୟସଭ୍ୟା, ଅଭିଭାବକ ତଥା ଗ୍ରାମବାସୀ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁପସ୍ଥିତିରେ ସେକ୍ସନ ଅଫିସର ସୁଦାମ ମଲ୍ଲିକ ଦାବିପତ୍ର ଗ୍ରହଣ କରିବା ସହିତ ଖୁବଶୀଘ୍ର ଡିଇଓଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.