csstore

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ଚନ୍ଦନଭାଟି ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଯୋଷୀ ମୁଖ୍ୟ ଅତିଥି ରୂପେ ,ମୁଖ୍ୟ ବକ୍ତା ରୂପେ ଆଶିଷ କୁମାର ମିଶ୍ର, ସମ୍ମାନିତ ଅତିଥି ରୂପେ ସରୋଜ କୁମାର ନାୟକ, ସୁଜାତା ମିଶ୍ର, ପ୍ରତିଭା ଦାଶ, ସିଆରସିସି ବେଣୁଧର ମାଝୀ ପ୍ରମୁଖ ଯୋଗଦାନ କରିଥିଲେ । କେନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଖମାରୀଙ୍କ ସଭାପତତ୍ୱରେ ଆୟୋଜିତ ସଭାରେ ସେବାନିବୃତ ଶିକ୍ଷକଦ୍ୱୟ ଧନଞ୍ଜୟ ମିଶ୍ର ଓ ଶେଷଦେବ ପୁରୋହିତ ଯୋଗଦାନ କରିଥିଲେ । ବିନାୟକ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମହାଦେବ ମେଶ୍ୱା, ପ୍ରମିଳା ନନ୍ଦ, ମମତା ଠେଲା ପ୍ରମୁଖ ନିଜ ନିଜ ବକ୍ତ ରଖିଥିଲେ । ପ୍ରହଲ୍ଲାଦ ପାଣିଗ୍ରାହୀ, ପ୍ରଶାନ୍ତ ଭୋଇ, ସୂର୍ଯ୍ୟକାନ୍ତ ବରାଡ, ରଘୁନାଥ ଦାଶ, ରମାକାନ୍ତ ଦାଶ, ହରେକୃଷ୍ଣ ପଟେଲ, ସୁନିତା ସେଠ୍, ବୀଣାପାଣି ମେହେର, ସୁନନ୍ଦାସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମହାଦେବ ମେଶ୍ୱା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.