ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ଓ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲ ଚଳିତ ବର୍ଷ ଏହାର ୧୨୫ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରସ୍ତାବିତ ୨ଟି କାର୍ଯ୍ୟକ୍ରମ ମଧ୍ୟରୁ ଆଜି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିଛି । ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଭାଗ ନେଇ ବୃକ୍ଷରୋପଣ ନବ ସୃଜନ, ନବ ପ୍ରବର୍ତ୍ତନ ଓ ନବ ସର୍ଜନର ପ୍ରତିକ ଅଟେ ବୋଲି ଉପସ୍ଥିତ ରହି ଅତିଥିମାନେ ମତପ୍ରକାଶ କରିଥିଲେ । ବୃକ୍ଷରୋପଣ ସହିତ ଏହାର ଯତ୍ନ ନିଆଯିବା ଉଚିତ ବୋଲି ସଭାରେ ମୁଖ୍ୟ ଅତିଥି ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ମହୋତ୍ସବ କମିଟିର ସଂପାଦିକା ଭାରତୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମାନନୀୟା ବ୍ଲକ ଅଧ୍ୟକ୍ଷା ସରିତା ବାଗ, ସମ୍ମାନିତ ଅତିଥି ରୂପେ କୁଡାସିଂଘା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡୋଲାମଣୀ ଭୋଇ, ପାଟଣାଗଡ଼ ରେଞ୍ଜ ବନ ବିଭାଗର ଉନ୍ନୟନ ଅଧିକାରୀ ଅଖଣ୍ଡେଶ୍ୱର ଅମାତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଜୟନ୍ତୀ ମହୋତ୍ସବ ସଭାପତି ଆର୍ଶିବାଦ ସାହୁ ଓ ଉପସଭାପତି ରୁଦ୍ରମଣୀ ଚୈଧୁରୀ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ପରେ ୧୨୫ଟି ବୃକ୍ଷକୁ ଉପସ୍ଥିତ ଅଭିଭାବକ ତଥା ଗ୍ରାମବସୀଙ୍କୁ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଏସ ଏମ ସି ସଭ୍ୟ ସଭ୍ୟା, ଅଭିଭାବକ ଅଭିଭାବିକା, ଶିକ୍ଷାପ୍ରେମୀ, ମହୋତ୍ସବ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ । ସଭାକୁ କୈଳାସ ଚନ୍ଦ୍ର ଭୋଇ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର କୁମାର ଅଗ୍ରୱାଲ ।

jittmm
Leave A Reply

Your email address will not be published.