ଶଶୁର ଘରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର : ବଜ୍ରାଘାତରେ ଚାଲିଗଲା ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଜ୍ରାଘାତରେ ଯୁବକ ମୃତ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଖର୍ସେଲବାଞ୍ଜି ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ଖର୍ସେଲବାଞ୍ଜିର ଶେଷଦେବ ମିର୍ଦ୍ଧା ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଶେଷଦେବ ତାଙ୍କ ଶଶୁର ଘରକୁ ବୁଲିବାକୁ ଯାଇଥିଲେ । ଗତକାଲି ସନ୍ଧ୍ୟା ସମୟରେ ଶଶୁର ଘର ନିକଟ ପୋଖରୀକୁ ଶୌଚ ହେବାକୁ ଯାଉଛି କହି ରାତିରେ ଆଉ ଘରକୁ ଫେରି ନଥିଲେ । ଏନେଇ ଶଶୁର ଘର ଲୋକେ ବହୁ ଖୋଜାଖୋଜି କରି ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ । ହେଲେ ଶେଷଦେବ ମିଳି ନଥିଲେ । ଆଜି ସ୍ଥାନୀୟ ଲୋକେ ଶେଷଦେବଙ୍କ ମୃତଦେହ ଏକ ବିଲରେ ପଡିଥିବା ଦେଖିବାକୁ ପାଇଥିବା ବେଳେ ଶେଷଦେବଙ୍କ ଶଶୁର ଘର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ଆସି ମୃତଦେହକୁ ଉଦ୍ଧାର କରି ବଲାଙ୍ଗିର ମୁଖ୍ୟ ଡ଼ାକ୍ତରଖାନା ଶବ ବ୍ୟବଚ୍ଛେଦ ଗୃହକୁ ଆଣିଥିଲେ । ଗତକାଲି ସନ୍ଧ୍ୟା ସମୟରେ ବହୁତ ଜୋର୍‌ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇଥିବା ବେଳେ ସେହି ସମୟରେ ଶେଷଦେବଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଶେଷଦେବ ଘରର ଏକମାତ୍ର ରୋଜଗାରିଆ ଥିବା ବେଳେ ଶେଷଦେବଙ୍କ ଛୋଟ ଛୋଟ ଦୁଇଟି ସନ୍ତାନ ଅଛନ୍ତି । ପରିବାର ଲୋକେ ଯବାନ ପୁଅକୁ ହରାଇ ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.