ସୁନ୍ଦରଗଡ଼ : ରାଜ୍ୟ ସରକାର ଖୋଲାରେ ପେଟ୍ରୋଲ ବିକ୍ରି ତଥା ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ଦେବାକୁ ପେଟ୍ରୋଲ ପମ୍ପମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତିକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଥିବାବେଳେ, ଏବେ କିଛି ଭିନ୍ନ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଖୋଲାରେ ପେଟ୍ରୋଲ ମିଳୁନଥିବାରୁ ଅଧା ବାଟରେ ଯଦି ତେଲ ସରିଯାଉଛି ଲୋକେ କିଭଳି ହଇରାଣ ତାହା ମଧ୍ୟ ଦେଖିବାକୁ ମିଳୁଛି । ଆଉ ଏହା ମଧ୍ୟ ଦେଖିବାକୁ ମିଳିଛି କିପରି ଲୋକେ ବାଇକ୍ ଟାଙ୍କି ଖୋଲି ପେଟ୍ରୋଲ ପମ୍ପକୁ ଆସୁଛନ୍ତି । ଆଉ ସେହି ଖୋଲା ବାଇକ୍ ଟାଙ୍କିରେ ପେଟ୍ରୋଲ ଭରିବାକୁ । ନିକଟରେ କଟକ ଆଠଗଡ଼ ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି । ଯାହା ଏବେ ଖୁବ୍ ଭାଇରାଲ ମଧ୍ୟ ହେଉଛି । ସିସିଟିଭି ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ଅନ୍ୟ ଜଣେ ବାଇ ଚାଳକଙ୍କ ସହାୟତାରେ ପେଟ୍ରୋଲ ପମ୍ପକୁ ଆସିଛି ପେଟ୍ରୋଲ ନେବାକୁ । ହେଲେ ହାତରେ ତାଙ୍କର ରହିଛି ଗୋଟିଏ ବାଇକର ପେଟ୍ରୋଲ ଟାଙ୍କି । ବୋଧ ହୁଏ ବ୍ୟକ୍ତିଙ୍କର ବାଇକ୍ରୁ ତେଲ ସରିଯାଇଥିବ । ଆଉ ଅନ୍ୟ ବିକଳ୍ପ ନପାଇଁ ସେ ଏଭଳି ବାଇକ୍ର ଟାଙ୍କି ଖୋଲି ଆଣିଛନ୍ତି ପେଟ୍ରୋଲ ନେବାକୁ । ତାଙ୍କ ବାଇକ୍ର ହୋଇଥିବ । ସେହିଭଳି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ର ଏକ ପେଟ୍ରୋଲ ପମ୍ପରେ । ଏଠାରେ ମଧ୍ୟ ଜଣେ ବ୍ୟକ୍ତି ନିଜ ବାଇକ୍ର ପେଟ୍ରୋଲ ଟାଙ୍କି ଖୋଲିଆଣିଛନ୍ତି । ଆଉ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଏଥିରେ ହିଁ ପେଟ୍ରୋଲ ଦେବାକୁ କହୁଛନ୍ତି । ଅବଶ୍ୟ ପେଟ୍ରୋଲ ପମ୍ପ୍ କର୍ମଚାରୀ ତେଲ ଦେବାକୁ ମନା କରୁଥିଲେବି ବ୍ୟକ୍ତି ଜଣକ ନିଜ ଜିଦ୍ରେ ଅଟଳ ଆଉ ସେ ଏଥିରେ ହିଁ ପେଟ୍ରୋଲ ନେବେ ବୋଲି କହୁଛନ୍ତି ।

Prev Post