ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଶେରଗଡ ଥାନା ଅର୍ନ୍ତଗତ ସୁନାନ୍ତର ଗ୍ରାମ ଛକରେ ଗୁଳିମାଡ ସହ ବୋମାମାଡ଼ ହୋଇଛି ।ବୋମାମାଡ଼ ଓ ଗୁଳିମାଡରେ ସୁନାନ୍ତର ଗ୍ରାମପଞ୍ଚାୟତର ସରପଞ୍ଚ ରାଜେଶ ଜେନାଙ୍କ ବାପା ପୂର୍ବତନ ସରପଞ୍ଚ କାଳିଆ ଜେନାକୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ପୂର୍ବତନ ସରପଞ୍ଚ ତଥା ଯୁବ ନେତା କାଳିଆ ଜେନାକୁ ଗୁଳିମାଡ ହୋଇଛି । କୁହାଯାଏ ଯେ’ ଗତକାଲି ସନ୍ଧ୍ୟା ବେଳକୁ ସରପଞ୍ଚଙ୍କ ଘର ଉପରକୁ ଗୁଳି ଓ ବୋମା ମାଡ଼ କରି କାଳିି ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ହଠାତ୍ ଆଖିରେ ଧୁଳି ଧୁଆଁ କରି ଫେରାର୍ ହୋଇଯାଇଥିବା କୁହାଯାଇଛି । ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ସହଯୋଗରେ ଗୁରୁତର ଆହତ ଅବସ୍ଥାରେ କାଳିଆ ଜେନା ଙ୍କୁ ବ୍ରହ୍ମପୁର ବଡ ମେଡିକାଲ (ଏମ୍.କେ.ସି.ଜି.)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପ୍ରକାଶ ଯୋଗ୍ୟ ଯେ’ ନିଜ ଟ୍ରକ୍ ଗ୍ୟାରେଜ ସମ୍ମୁଖରେ ବସିଥିବା ବେଳେ ଏହି ଘଟଣା ଘଟିଛି । କିଛି ଅଜଣା ଦୁବୃର୍ତ୍ତ ଏହି ଗୁଳିମାଡ ଘଟାଇଥିବା କୁହାଯାଉଥିବା ବେଳେ ଆସିକା ଏସ.ଡି.ପି.ଓ. ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକା ଅନୁସନ୍ଧାନରେ ଜାରୀ ରଖିଛନ୍ତି । ତେବେ ଗୁଳିମାଡ ଶିକାର ହୋଇଥିବା କାଳିଆ ଜେନା ନାମରେ ମଧ୍ୟ ବହୁ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି । ଘଟଣାର ଅଧିକା ତଥ୍ୟ ଉଦ୍ଧାର କରିବା ଦିଗରେ ବୋମା ମାଡ଼ ଓ ଗୁଳିମାଡ କରିଥିବା ଅଭିଯୁକ୍ତ ଦୁବୃର୍ତ୍ତ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରୀ ରଖି ଥିବା ଜଣାଯାଇଛି ।
