ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ଜାମପଦର ପୋଲିସ କଲୋନୀ ପରିସରରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବିଶିଷ୍ଟ ସମାଜସେବୀ ମଦନଲାଲ ଅଗ୍ରୱାଲ, ରେଞ୍ଜର ସାଗରରାଜ ନାୟକ, ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ପରିପେକ୍ଷୀରେ ଯୁବ ସାମ୍ବାଦିକ ତଥା ସଂଘ ସମ୍ପାଦକ ସୁଶାନ୍ତ ମେହେର, ରାଖାଲ ଶତପଥି, ଚନ୍ଦ୍ରଭାନୁ ପ୍ରଧାନ, ରଞ୍ଜନ ବାଗ, ଲକ୍ଷ୍ମୀକାନ୍ତ ସାହୁ, ଅଶ୍ୱନୀ ସାହୁ ଓ କାଗଜ ବିତରକ ଅନି ରାଓଙ୍କୁ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଉଳ ଗଛ ସାଙ୍ଗକୁ ଅନ୍ୟାନ୍ୟ ଗଛଗୁଡିକ ବୃକ୍ଷରୋପଣ କରାଯାଇଥିଲା । ଏହି ସମୟରେ ଥାନା ଏସଆଇ ଗୋଇଣ୍ଡି ଖାଁ, ଏଏସଆଇ ଥବିର ମହାରଣା, ତ୍ରିଲୋଚନ ଭୂୟା, ମାଦ୍ରୀ ଛୁରା ଓ ଫରେଷ୍ଟର ସମୀର ରଞ୍ଜନ ମହାପାତ୍ର, ରେବତୀ ଭାଟି, ଛୁମି ସାହୁ ଓ ଜଙ୍ଗଲ ବିଭାଗ, ପୋଲିସ ବିଭାଗ କର୍ମଚାରୀ ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ । ଶେଷରେ ସଂଘ ସଭାପତି ନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Prev Post