ମୁରିବାହାଲରେ ୫ଦିନିଆ ନିଷ୍ଠା ସମତା ଓ ଅନ୍ତର୍ଣିବେଶୀ ଶିକ୍ଷା ତାଲିମ ଶିବିର ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଗତ ୧୪ତାରିଖଠାରୁ ୫ଦିନ ଧରି ଚାଲିଥିବା ନିଷ୍ଠା, ସମତା ଓ ଅନ୍ତର୍ଣିବେଶୀ ଶିକ୍ଷା ତାଲିମ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ଶିବିରରେ ବିବିଧତାପୂର୍ଣ୍ଣ ଅନ୍ତର୍ଣିବେଶି ଶ୍ରେଣୀ କକ୍ଷ, ଆରପିଡବ୍ଲୁଡି ଏକ୍ଟ ୨୦୧୬, ସାର୍ବଜନୀନ ଶିକ୍ଷଣ ତଥା ପାଠ୍ୟକ୍ରମର ଅନୁକୁଳନ ଓ ରୂପାନ୍ତରଣ ତଥା ବିଭିନ୍ନ ଅକ୍ଷମତା ହେତୁ ପ୍ରଭାବିତ ହେଉଥିବା ଶିକ୍ଷ୍ୟାର୍ଥିମାନଙ୍କ ଶିକ୍ଷଣ ସମସ୍ୟା ସମ୍ବନ୍ଧରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ତାଲିମ ଅନୁଷ୍ଠିତ ହୋଇଥିଲା । ତାଲିମ ଶିବିରକୁ ସାଧନ କର୍ମୀ ଅଶୋକ ସାହୁ, ଛବିଲାଲ ସାହୁ, କେଶରୀ ଚନ୍ଦ୍ର ସାହୁ, ସ୍ମିତରଞ୍ଜନ ନନ୍ଦ, ବିଆରପି ଜୟଗୋପାଳ ଷଡ଼ଙ୍ଗୀ, ନବୀନ କୁମାର ସାହୁ, ଯୁଧିଷ୍ଠିର ପଧାନ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ । ତାଲିମ ଶିବିରର ବିଭିନ୍ନ ଦିବସରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱୟ ପ୍ରମୁଖ ପରିଦର୍ଶନରେ ଆସି ପ୍ରଶିକ୍ଷାର୍ଥିମାନଙ୍କୁ ଉତ୍ସାହିତ କରିଥିଲେ । ତାଲିମ ଶେଷରେ ସମସ୍ତ ୬୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲିମ ସମ୍ପର୍କିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.