ମୟୂରଭଞ୍ଜ : ମଦ୍ୟପ ସ୍ଵାମୀର ଉନ୍ମତ୍ତ କାଣ୍ଡ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମଣଦା ଗାଁ ନାଏକ ସାହିରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ନୃଶଂସ ସ୍ଵାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ଵିତ ରାତିରେ ଯଶିପୁର ଥାନା ମଣଦା ଗାଁର ମୁକ୍ତିଆରି ନାଏକ ଓ ସ୍ତ୍ରୀ ବିଳାସୀ ନାଏକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନିଶାସକ୍ତ ଅବସ୍ଥାରେ ଥିବା ମୁକ୍ତିଆରି ତାଙ୍କ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲେ । ଖବର ପାଇ ଯଶିପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ନୃଶଂସ ସ୍ଵାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଅଧିକ ତଦନ୍ତ ହେବ ବୋଲି ପୁଲିସ କହିଛି ।
