ବାଲେଶ୍ଵର କଲେଜ ଛାତ୍ରୀ ଆତ୍ମହୁତି ଘଟଣା : ନ୍ୟାୟ ପାଇଁ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବାଲେଶ୍ୱର ଏଫଏମ କଲେଜର ପୀଡ଼ିତା ଛାତ୍ରୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ତଥା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜେଡି ଦଳ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର ବିଜେଡି ନେତ୍ରୀ ନିରୁପମା ମାଝୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ବିଜେଡି କର୍ମୀ ତହସିଲ କାର୍ଯ୍ୟାଳୟକୁ ପହଁଚି ଥିଲେ । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି । ରାଜ୍ୟପାଳଙ୍କ ଉଦ୍ଦେଶ୍ୟ କଣ୍ଟାବାଞ୍ଜି ତହସିଲଦାର ବିଶ୍ୱନାଥ ଖାଲକୋଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ପୁର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ରାଜ୍ୟ ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷା ଗୋପା ମହାନନ୍ଦ, ବିଜୁ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ପିଙ୍କି ଖରସେଲ, ଯୁବନେତା ବିଜୁ ଜନତା ଦଳ କଣ୍ଟାବାଞ୍ଜି ଗିରିରାଜ ସିଂ ମାଝୀ,ବିଜୁ ଜନତା ଦଳ ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାନ, ବିଜୁଜନତା ଦଳ ତୁରେକେଲା ବ୍ଲକ ଉପସଭାପତି ବିଶ୍ୱନାଥ ସାହୁ, ବଲାଙ୍ଗିର ଜିଲ୍ଲା ସାଧାରଣ ସମ୍ପାଦକ ଦେବରାଜ ୟାଦବ, କିଶୋର ମଜଖଣ୍ଡ,କାର୍ଯ୍ୟକାରି ସଭାପତି ବିଜ୍ଞାପିତ ଆଞ୍ଚଳ ପରିଷଦ କଣ୍ଟାବାଞ୍ଜି ଦେବାର ବାରିକ, ଯୁବ ସଭାପତି ବିଜୁ ଜନତା ଦଳ କଣ୍ଟାବାଞ୍ଜି ବିଷ୍ଣୁ ପ୍ରସାଦ ଜୁଏଡ, ଯୁବ ସାଧାରଣ ସମ୍ପାଦକ ବିଜୁ ଜନତା ଦଳ ସାନ୍ତନୁ ବିଭାର, ସକ୍ରିୟ କର୍ମୀ ବୃନ୍ଦ ଦୀପକ ଘିଭେଲା, ରାମଚନ୍ଦ୍ର ରାଏ, ବିଟୁ ସାଙ୍ଘା, ସୁର୍ଯ୍ୟ ମିଶ୍ର, ଶୁସିଲ ମେହେର, ମହେନ୍ଦ୍ର ମାଝୀ, ଦିଲିପ ପୃଷ୍ଟି, ଦିଲିପ ମହାନ୍ତି, ଶ୍ରୀଧର ମାଝୀ, ଅଶୋକ ସରାଫ, ଯୁଧିଷ୍ଠିର ଭରାସଗ୍ରିଆ, ଅମିତ ସାହୁ, ଚରଣ ମେହେର, ଦିଲିପ ସାହୁ, ପରମେ ମେହେର, ନବରଙ୍ଗ ଦାସ, ଟଙ୍କ ଧରୁଆ, ଲମ୍ବୁ ମହାନନ୍ଦ, ଭବାନି ନାଗ, ଗୌରାଙ୍ଗ ମହାନନ୍ଦ, ସଚିନ ହଂସ, ଆଶିଷ ବେହେରା ଓ ଅନ୍ୟାନ୍ୟ ଶତାଧିକ ମହିଳା କର୍ମୀମାନେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିଲା ।

jittmm
Leave A Reply

Your email address will not be published.