କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ଉପରେ ତାଲିମ କାର୍ଯ୍ୟକ୍ରମ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ସ୍ଥାନୀୟ ସଦଭାବନା ସଭାଗୃହଠାରେ “କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ନିରୋଧ ଆଇନ – ୨୦୧୩” ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଆଯୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଂଜନ ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କ୍ରିଷ୍ଣା କୁମାରୀ ନନ୍ଦ, ଡିଏସପି କାଦମ୍ବିନୀ ସାମଲ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଡ଼ା ରୀନତି ମିଶ୍ର, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଅଧିକାରୀ, ସମସ୍ତ ନୋଡାଲ ଅଫିସର, ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ସ୍ଥାନୀୟ ଅଭିଯୋଗ କମିଟିର ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ୟୁନିସେଫର ନେହା ସିଂହ ଯୋଗଦେଇ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଆବଶ୍ୟକତା, ଏହାର ଗଠନ,କାର୍ଯ୍ୟବଳୀ, କମିଟିର ଭୂମିକା, କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନାର ପ୍ରକାର, କମିଟିକୁ କିଭଳି ସଶକ୍ତ କରାଯିବ ସେବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରତ୍ୟେକ କାର୍ଯ୍ୟାଳୟ, ଅନୁଷ୍ଠାନ ମାନଙ୍କରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଗଠନ କରାଯାଇ ନିୟମିତ ଭାବେ ସମୀକ୍ଷା କରିବା ସହିତ ବାର୍ଷିକ ରିପୋର୍ଟ ଦେବାକୁ ଏବଂ ନିୟମିତ ଭାବେ ଏହି ଆଇନ୍ ଉପରେ ସଚେତନତା ସୃଷ୍ଟି କରାଯିବା ଉପରେ ଜିଲ୍ଲାପାଳ ଶ୍ରୀ ମାଝୀ ଗୁରୁତ୍ଵାରୋପ କରିଥିଲେ । କାର୍ଯ୍ୟାଳୟମାନଙ୍କରେ ସୁରକ୍ଷିତ ଏବଂ ସମ୍ମାନଜନକ କାର୍ଯ୍ୟ ବାତାବରଣ ରଖିବା ହେଉଛି କାର୍ଯ୍ୟାଳୟ ମୁଖ୍ୟଙ୍କ ଦାୟିତ୍ଵ । ସେହିଭଳି ପ୍ରତ୍ୟେକ କର୍ମଚାରୀମାନେ ନିଜ ସକାଶେ ରହିଥିବା ଆଇନ ଗୁଡ଼ିକ ପ୍ରତି ଅବଗତ ରହିବା ଆବଶ୍ୟକ । ନିଜ ଅଧିକାର ଗୁଡ଼ିକ ପ୍ରତି ସଚେତନ ହେବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । କମିଟିରେ କୌଣସି ଅଭିଯୋଗ ଆସିଲେ ତାହାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରାଯାଇ ଆବଶ୍ୟକୀୟ ଅନୁସନ୍ଧାନ କାର୍ଯ୍ୟ କରାଯିବା ନେଇ ଆଲୋଚନା କରାଯାଇଥିଲା । ସେହିଭଳି ପରିବାରରେ ନୈତିକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା । ଏହି ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜିକା ମିନାକ୍ଷୀ ପ୍ରଧାନ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.