mahavir

ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଟିଟିଲାଗଡ଼ ଗାୟତ୍ରୀ ପରିବାର ତରଫରୁ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଗାୟତ୍ରୀ ପରିବାର ତରଫରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଯଜ୍ଞ ମଣ୍ଡପଠାରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପାଞ୍ଚଟି କୁଣ୍ଡରେ ପାଞ୍ଚଟି ମୁଖ୍ୟ ଯଜମାନ ବସି ହୋମ ଯଜ୍ଞ କରିଥିବା ବେଳେ ତାପରେ ପାଳି ପାଳି କରି ପାଞ୍ଚଟି ଯଜ୍ଞ କୁଣ୍ଡରେ ଷାଠିଏ ଯୋଡ଼ା ଆହୁତି ପ୍ରଦାନ କରିଥିଲେ । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ମା’ ଗାୟତ୍ରୀଙ୍କ ସାନିଧ୍ୟ ଲାଭ କରିବା ସହ ଲୋକଙ୍କ ସହ ହୋମରେ ବସି ଆହୁତି ପ୍ରଦାନ କରିଥିଲେ । ଆଜିର ଦିନରେ ଯେଉଁମାନଙ୍କ ଜନ୍ମ ଦିନ ଥିଲା ସେମାନଙ୍କୁ ଜନ୍ମ ସଂସ୍କାର ଓ ଯେଉଁ ମାନଙ୍କର ବିବାହ ବାର୍ଷିକୀ ଥିଲା ସେମାନଙ୍କୁ ବିବାହ ସଂସ୍କାର ଆଶୀର୍ବାଦ ପ୍ରଦାନ କରାଯାଇଥିଲା । ନୂତନ ଭାବେ ଆସି ଯୋଗଦେଇଥିବା ଭକ୍ତଙ୍କୁ ଗାୟତ୍ରୀ ଦୀକ୍ଷା ପ୍ରଦାନ କରାଯାଇଥିଲା । ଯଜ୍ଞ ସଞ୍ଚାଳନ କରିଥିଲେ ପଣ୍ଡିତ ସିଦ୍ଧାର୍ଥ ମହାପାତ୍ର ଓ ସହଯୋଗୀ ସୋନୁ ଶତପଥୀ । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଗାୟତ୍ରୀ ପରିବାରର ମୁଖ୍ୟ ସଂଯୋଜକ ସନ୍ତୋଷ କୁମାର ଦାସ, କୋଷାଧ୍ୟକ୍ଷ ବିଜୟ କୁମାର ଧନଚଉଳିଆ, ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତା, ସଦସ୍ୟ ରମାକାନ୍ତ ବେହେରା, ନିରାକାର ସରାଫ, ଟିକେ ଲାଲ ବେହେରା, ଉଦୟ ନାଥ ପାତ୍ର, ଲୋଚନ ସାହୁ, ବୃନ୍ଦାବନ ରଣା, ଜୟରାଜ ସାହୁ, ରାଜ କୁମାର କେବଟ , ନିର୍ମଳା କେବଟ, ସସ୍ମିତା ଦାସ, ପଦ୍ମିନୀ ବେହେରା, ନିର୍ମଳା ଅଗ୍ରୱାଲ, ସିକତା ପୃଷ୍ଟି, ବାସନ୍ତୀ ଶର୍ମା ଓ ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.