csstore

ବଲାଙ୍ଗିର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୁଜିଆକୁ ହରାଇ ଫାଇନାଲରେ ସ୍ପୋର୍ଟ ହଷ୍ଟେଲ

  • ମହିଳା ଖେଳରେ ସିହିନି ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ଗାନ୍ଧୀ ଷ୍ଟାଡିୟମଠାରେ ଦ୍ୱିତୀୟ ସେମିଫାଇନାଲ ଖେଳ ଓ ଫାଇନାଲ ମହିଳା ଖେଳ ଅନୁଷ୍ଠିତ ହୋଇଯାଇଛି । ସ୍ପୋର୍ଟ ହଷ୍ଟେଲ ବଲାଙ୍ଗିର ୨-୦ ଗୋଲରେ ସୁଜିଆକୁ ହରାଇ ଫାଇନାଲକୁ ପ୍ରବେଶ କରିଛି । ସ୍ପୋର୍ଟ ହଷ୍ଟେଲ ତରଫରୁ ରାମ ମାଝି ଓ ନରେଶ ଧନ୍‌ ଗୋଲ ସ୍କୋର କରିଥିଲେ । ମୁଖ୍ୟ ଅତିଥି ଭାବେ ଫାଓ ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ଜୟରାମ ମିଶ୍ର, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର, ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ, ପ୍ରଦୀପ ମହାରଣା ଓ ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ ମଂଚାସିନ ଥିଲେ । ଖେଳକୁ ସଂଜନ କୁଦେଇ, ବିକି ବିଶି, ଲବ ସୁନାନି ଓ ଶୁଶାନ୍ତ ନାଗ ପରିଚାଳନା କରିଥିବା ବେଳେ ନିଶାରକାନ୍ତ ନାଗ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ସେହିପରି ମହିଳା ଫାଇନାଲ ଖେଳରେ ସିହିନି ଏଫ୍‌ସି ୫-୦ ଗୋଲରେ ମୁରିବାହାଲ ଏଫ୍‌ସିକୁ ହରାଇ ଚମ୍ପିୟାନ ହୋଇଛି । ଖେଳକୁ କରୁଣାକର ପ୍ରଧାନ, ତ୍ରିନାଥ ଚନ୍ଦନ, ଜ୍ୟୋତି ମହାନନ୍ଦ ଓ ସତ୍ୟ ଦଣ୍ଡସେନା ପରିଚାଳନା କରିଥିବା ବେଳେ ନରସିଂସ୍ୱାମୀ ନାଇଡୁ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ମୁଖ୍ୟ ଅତିଥି ଡ. ଶ୍ରୀକର ମିଶ୍ର, ମହିଳା ଖେଳ ଚମ୍ପିୟାନ ସିହିନି ଦଳକୁ ଟ୍ରଫି ଓ ମୁରିବାହାଲ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ୧୦ ତାରିଖ ସିସିଏଫ୍‌ଏ ବନାମ ସ୍ପୋର୍ଟ୍ସ ହଷ୍ଟେଲ ମଧ୍ୟରେ ଫାଇନାଲ ଖେଳ ହେବ ବୋଲି କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.