ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲରେ ମଙ୍ଗଳବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନବୀନ ମେହେରଙ୍କ ସଭାପତିତ୍ୱ ଏହି ବୈଠକରେ ବରିଷ୍ଠ ସହକାରୀ ଶିକ୍ଷକ ପ୍ରଦୀପ ଯୋଶୀଙ୍କୁ ମଙ୍ଗଳବାର ଦିନ ଆନୁଷ୍ଠାନିକ ଭାବରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶ୍ରୀ ଯୋଶୀ ୧୯୯୧ମସିହା ଜୁଲାଇ ୮ତାରିଖରୁ ଗତ ଜୁନ ୩୦ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩୪ବର୍ଷ ଧରି ଏହି ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ଏହି ଅବସରରେ ଭାଗିରଥ ମେହେର, ସୁଶୀଲ ଚାନ୍ଦ, ଜଗବନ୍ଧୁ ମେହେର, ରାଜପ୍ରତାପ ସିଂହଦେଓ, ରାଜେଶ ସାହୁ, ଲୁଚନ ଛତ୍ରିଆ, ଶ୍ରଦ୍ଧାକର ପଧାନ, କୌତୁକ ମେହେରଙ୍କ ସହ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ସୁବ୍ରତ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।

Prev Post