csstore

ବନମହାଉତ୍ସବ ଓ ଉଦଘାଟନୀ କାର୍ଯ୍ୟକ୍ରମ କେସିଙ୍ଗା ମହାବିଦ୍ୟାଳୟରେ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ସାରା ଦେଶରେ ବନ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଅନେକ ଉଦଘାଟନୀ କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ଅନୁଦାନରେ ନିର୍ମିତ ବାଳକ ସାଧାରଣ ପ୍ରକୋଷ୍ଠ, ଲୋକସଭା ସଦସ୍ୟଙ୍କ ପଶ୍ଚିମ ଓଡିଶା ବିକାଶ ପରିଷଦର ଆର୍ଥିକ ଜଗୁଆଳି କକ୍ଷ ଏବଂ ଅଧ୍ୟକ୍ଷଙ୍କ ନୂତନ କାର୍ଯ୍ୟାଳୟକୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଉଦଘାଟନ କରିଥିଲେ ବେଳେ ସମ୍ମାନିତ ଅତିଥି ଭାବରେ ଜନ୍ମେଜୟ ସ୍ଵାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗଦାନ କରିଥିଲେ ।ଏହି ଅବସରେ ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବନମହୋତ୍ସବ ପାଳନ କରାଯାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀଙ୍କ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.