
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ଜେ.ଏସ୍.ଏମ୍ କଲେଜଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମରେ ପୂର୍ବତନ ସଭାପତି ତଥା ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ କରିଥିଲେ । ଏଥିରେ ଅଧ୍ୟକ୍ଷତା କରିଥିଲେ ସଭାପତି ପ୍ରଭାକର ମିଶ୍ର । ସଂପାଦକୀୟ ବିବରଣୀ ପାଠ କରିଥିଲେ ପୂର୍ବତନ ସାଧାରଣ ତଥା ଉପ-ସଭାପତି ଅଶୋକ ଚାନ୍ଦ । ଗୃହରେ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ, ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ ଓ ସମସ୍ତ ସଦସ୍ୟଙ୍କୁ ଆଲୋଚନାରେ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । ସର୍ବ ସମ୍ମତିକ୍ରମେ ଆଗାମୀ ଦିନରେ ଏକ ଘର କିମ୍ବା ଜାଗା ଯୋଗାଇ ଦେବାକୁ ସ୍ଥାନୀୟ ବିଧାୟକ ତଥା ନଗରପାଳଙ୍କୁ ଅନୁରୋଧ କରାଯିବ । ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଶିବିର, ମହିଳାମାନଙ୍କର ସଦସ୍ୟତା ଗ୍ରହଣ କରାଯିବ, ବରିଷ୍ଠ ନାଗରିକମାନଙ୍କ ପାଇଁ ଭ୍ରମଣ କରିବା ସକାଶେ ସୁବିଧା କରାଯିବ । ବେସରକାରୀ ଡାକ୍ତରଖନା କିମ୍ବା ନର୍ସିଂ ହୋମମାନଙ୍କରେ ରିହାତି ସୁତ୍ରରେ ଚିକିତ୍ସା କରିବା ପାଇଁ ଅନୁରୋଧ କରାଯିବ । ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ, ଧନଞ୍ଜୟ ମିଶ୍ର, ଦୁର୍ଗା ପ୍ରସାଦ ହୋତା ଓ ଏଡ୍ଭୋକେଟ ଅଶୋକ କୁମାର ମିଶ୍ର, ଉପ-ସଭାପତି ହରେକୃଷ୍ଣ ମେହେର ଓ ଅଶୋକ ଚାନ୍ଦ । ଯୁଗ୍ମ ସଂପାଦକ ଗୌରଚନ୍ଦ୍ର ପୁରୋହିତ ଓ ପୂର୍ଣ୍ଣଚନ୍ଦ୍ର ମେହେର, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା, କାର୍ଯ୍ୟକାରୀ ସଭ୍ୟ ବିପିନ ବିହାରୀ ପୁରୋହିତ, ପ୍ରମୋଦ କୁମାର ମିଶ୍ର, ଦୟାସାଗର ପଟେଲ, ନବୀନ କୁମାର ନନ୍ଦ, ପ୍ରମୋଦ କୁମାର ଗୁରୁ ଓ ସୁରେନ୍ଦ୍ର ନେଗୀ, ଗୋଷ୍ଠୀ ସଂଗଠକ ପ୍ରଦ୍ୟୁମ୍ନ ଗଡତ୍ୟା, ମଥାମଣି ପଣ୍ଡା, ପ୍ରଦୀପ ଶତପଥୀ, ଗଣେଷ ଚନ୍ଦ୍ର ପାଢୀ, ବ୍ରଜ କିଶୋର ପଣ୍ଡା, ତ୍ରିଲୋଚନ ଦାସ, କୃଷ୍ଣଚନ୍ଦ୍ର ନାଥ ଓ ବିଜୟ କୁମାର ବାଗ ଆଲୋଚନାରେ ଅଂଶଗ୍ରହଣ ତଥା ସହଯୋଗ କରିଥିଲେ । ଶେଷରେ ଅତିରିକ୍ତ ସାଧାରଣ ସଂପାଦକ ସୁନିଳ ଚନ୍ଦ୍ର ବଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।