oom

ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀଙ୍କୁ ସମସ୍ୟା ଜଣାଇଲେ ଦାରିଙ୍ଗବାଡ଼ି ବ୍ଲକ୍‌ର କିଶୋରୀ କିଶୋର ସଂଘର ଛାତ୍ରଛାତ୍ରୀ

jsmm

ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର କିଶୋର କିଶୋରୀ ସଂଘର ଆଦିବାସୀ ଛାତ୍ରଛାତ୍ରୀମାନେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ତାଙ୍କ ସମସ୍ୟା ଜଣାଇଛନ୍ତି । ପ୍ରେମ୍‌ ଓ ଏଡୁକୋ ସଂସ୍ଥା ମିଳିତ ଭାବେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ୍‌ରେ ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକ ରୋକିବା, ସମସ୍ତ ଶିଶୁଙ୍କୁ ସ୍କୁଲ ପଠାଇବା ଓ ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା ଦିଗରେ ୨୦୨୧ ମସିହାରୁ ଶିଶୁ, କିଶୋର କିଶୋରୀ, ଅଭିଭାବକ ଓ ବିଭିନ୍ନ ପଦାଧିକାରୀଙ୍କ ସହ କାର୍ଯ୍ୟକରି ଆସୁଅଛି । ପ୍ରତ୍ୟେକ ଗ୍ରାମରେ ଶିଶୁ ସଂଘ ଓ ଶିଶୁ ସୁରକ୍ଷା କମିଟି ଗୁଡ଼ିକୁ ଗଠନ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଦିଗରେ ଜିଲ୍ଲା ପ୍ରଶାସନର ମିଳିିତରେ କାମ କରିଆସୁଅଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର କିଶୋର କିଶୋରୀ ସଂଘର କିଛି ଆଦିବାସୀ ଛାତ୍ରଛାତ୍ରୀମାନେ ବାଚସ୍ପତିଙ୍କୁ ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ସର୍କିଟ ହାଉସରେ ଭେଟି ତାଙ୍କ ସହ ଆଲୋଚନା କରି ଶିଶୁମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକୁ ଜଣାଇଥିଲେ । ବାଚସ୍ପତି ଶ୍ରୀମତୀ ପାଢ଼ୀ ଅତି ଆଗ୍ରହରେ ସମସ୍ୟା ଗୁଡ଼ିକୁ ଶୁଣିବା ସହ ଏହି ସମସ୍ୟା ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣାଇ ତାହା ସମାଧାନ କରିବେ ବୋଲି ଆସିଥିବା କିଶୋର କିଶୋରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରେମ୍‌ ସଭାପତି ଯାକୋବ ଥୁଣ୍ଡିଲ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ଏଡୁକୋର ଜୟନ୍ତ ପାତ୍ର, ପ୍ରେମ୍‌ର ପ୍ରକଳ୍ପ ପରିଚାଳକ ସୁଧିର କୁମାର ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ । ରତନ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.