ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଡାକ୍ତରଖାନା ସମ୍ମୁଖରେ ଥିବା ପାନ ଦୋକାନୀ ନାରାୟଣ ସାହୁର ସାଇକଲ ସୋମବାର ଅପରାହ୍ନ ୪ଟାରେ ଚୋରୀ ହୋଇଥିଲା, ଶ୍ରୀ ସାହୁ ପାଇକମାଳ ଥାନାରେ ଲିଖିତ ଅଭିଯୋଗ ପରେ କେଶ ନ ୧୪୨/୨୫ ଅନୁସାରେ ଧାରା ୩୦୩(୨) ବିଏନଏସ ମାମଲା ରୁଜୁ କରି ପାଇକମାଳ ପୋଲିସ ଚୂହାପାଲି ନିକଟରୁ ଅଭିଯୁକ୍ତକୁ ଚୋରୀ ସାଇକଲ ସହଧରି ଥିଲେ । ଅଭିଯୁକ୍ତ ହେଲେ ନୂଆପଡା ଜିଲା ବେଲଟୁକୁରି ଥାନା ଅଧିନସ୍ଥ ମସାନକୁଣ୍ଡା ଗ୍ରାମର କମଲେସ ମଲ୍ଲିକ (୪୫) ପିତା ଟିକେଶ୍ୱର ମଲ୍ଲିକ । ମଙ୍ଗଳବାର ଅଭିଯୁକ୍ତ କମଲେସକୁ ପଦ୍ମପୁର କୋଟକୁ ପାଇକମାଳ ପୋଲିସ ପଠାଇଛି, ବେଲ ନାମଞ୍ଜୁର ହେବାରୁ ଚୋର ଜେଲ ଯାଇଥିବା ଜଣାପଡିଛି ।
