oom

ବରିଷ୍ଠ ଇତିହାସ ଅଧ୍ୟାପକ ନରେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ତଥା ବରିଷ୍ଠ ଇତିହାସ ଅଧ୍ୟାପକ ନରେନ୍ଦ୍ର କୁମାର ପାଣିଗ୍ରାହୀ ଆଜି ସୋମବାର ନିଜ ଦୀର୍ଘ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ସେ ୧୯୯୨ମସିହାରେ ଏହି ଚାକିରୀରେ ଯୋଗଦାନ କରି ଦୀର୍ଘ ୩୪ବର୍ଷ କାଳ ସୂଚାରୁ ରୂପେ ଅଧ୍ୟାପନା କାର୍ଯ୍ୟ ସମ୍ପାଦନ କରିଛନ୍ତି । ସୋମବାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଙ୍କୁ ଜଣେ ସୁଶିକ୍ଷକ, ଛାତ୍ରବତ୍ସଳ, ପରୋପକାରୀ, କର୍ମଠ ଓ ସମାଜସେବୀ ଭାବରେ ତାଙ୍କର ଗୁଣାବଳି ସବୁବେଳେ ଛାତ୍ରଛାତ୍ରୀଙ୍କ ମନେ ରଖିବେ ବୋଲି ସମସ୍ତେ ପ୍ରକାଶ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ପାଣିଗ୍ରାହୀ କଲେଜ ଆରମ୍ଭ ଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତର ସ୍ମୃତି ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ । ଆଗାମୀ ଦିନରେ ଏହି ଅନୁଷ୍ଠାନ ତାଙ୍କର ଅନୁପସ୍ଥିତି ସବୁବେଳେ ଅନୁଭବ କରିବ ବୋଲି ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ବରିଷ୍ଠ ଅଧ୍ୟାପକ ହୃଦାନନ୍ଦ ପୁହାଣ, ରାଧାଶ୍ୟାମ ତ୍ରିପାଠୀଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ବିଦାୟ ସମ୍ବର୍ଦ୍ଧନାରେ ପ୍ରକାଶ କରିଥିଲେ । ସେ ନିଜ ଚାକିରୀ ଜୀବନରେ ବହୁ ପୁରାତନ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ମଣିଷ କରିଥିବାରୁ ଏହି ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ତାଙ୍କର ଅବସର ପରବର୍ତ୍ତୀ ଜୀବନର ଦୀର୍ଘାୟୁ କାମନା କରିଛନ୍ତି ।

jittmm
Leave A Reply

Your email address will not be published.