
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂଜା ମଣ୍ଡପ ଗାନ୍ଧୀ ପାଠାଗାରର ନୂତନ ଗୃହ ନିର୍ମାଣ ପାଇଁ ମାନ୍ୟବର ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଗାନ୍ଧି ପାଠାଗାରର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ କାଉନସିଲର ଇସ୍ମତ ଆରା ଖାନ, ମହେନ୍ଦ୍ର ବାଗ ଓ ସମେତ ସମସ୍ତ ପାଠାଗାର ସଭ୍ୟ ସଭ୍ୟାଙ୍କ ଉପସ୍ଥିତ ଥିଲେ । ପାଠାଗାର ସଂପାଦକ ପ୍ରଦୀପ ସାହୁ ସଭା ସଂଯୋଜନା କରିବା ସହ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଧାୟକ କଳିକେଶ ନାରାୟଣ ସିଂଦେଓ ଏହି ଉତ୍ସବରେ ଉଦ୍ବୋଧନ ଦେଇ କହିଥିଲେ । ଏହି ଅନୁଷ୍ଠାନ ବଲାଙ୍ଗିରର ପୁରାତନ ଅନୁଷ୍ଠାନ ଏବଂ ସାମାଜିକ ସାଂସ୍କୃତିକ ତଥା ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଆୟୋନ କରି ବଲାଙ୍ଗିରର ଏକ ଅଗ୍ରୀଣୀ ଅନୁଷ୍ଠାନ ରୂପେ ପରିଚିତ । ପ୍ରାୟ ୬୦ ବର୍ଷ ପୁରୁଣା ଗୃହ ଜାଗାରେ ଏକ ନୂତନ ଗୃହ ନିର୍ମାଣ ପାଇଁ ୩୦ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ଏବଂ ଦରକାର ପଡିଲେ ଆଉ କିଛି ଅନୁଦାନ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ପୂଜା ମଣ୍ଡପର ପୂର୍ବତନ ସଭାପତି ବିକ୍ରମାନନ୍ଦ ବହିଦାର, ଭଗବାନ ବଗର୍ତ୍ତି, ଯଶବୀର ସିଂ ପ୍ରମୁଖ ପାଠାଗାର ନିର୍ମାଣ ପାଇଁ ବିଧାୟକ କଳିକେଶ ସିଂଦେଓଙ୍କ ପ୍ରଚେଷ୍ଟାକୁ ସ୍ୱାଗତ କରିବା ସହ ପ୍ରଶଂସା କରିଥିଲେ । ଉପ-ସଭାପତି ସନ୍ତକ ବହିଦାର, କୋଷାଧ୍ୟକ୍ଷ ଜିତନ୍ଦ୍ର ନାଗ, ଚିତ୍ତ ରଂଜନ ସାହୁ, ରାଜେନ୍ଦ୍ର ପାଣି, ବିଧୁଭୂଷଣ ତ୍ରିପାଠି, ବରିଷ୍ଠ ସଭ୍ୟ ପୀତବାସ ପଣ୍ଡା, ନବୀନ ନନ୍ଦ, ସୂର୍ୟ୍ୟ ପୁରୋହିତ, ମୋହିନି ମିଶ୍ର, ମଧୁ ସାହୁ, ପ୍ରମୋଦ ପ୍ରଧାନ, ଟୁନୁ ସାହୁ, ସୁରୁ ସାହୁ, ପ୍ରଣୟ ଗଡତ୍ୟା, ସଂଜୟ ଗଡତ୍ୟା, ଦାଶରଥି ସାହୁ, ଅଜିତ ପଣ୍ଡା, ମହିଳା କମିଟିର ଦମୟନ୍ତି ବାଗ, ବିଳାସିନୀ ବେହେରା, ଲିନା ମହାନ୍ତି ଏବଂ ପାଠାଗାରର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।