ଓଡ୍ର ଖଣ୍ଡାୟତ ମହୁରୀ ଅଞ୍ଚଳ ପରିଷଦର ପ୍ରତିଭା ସମ୍ମାନ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଣ୍ଡିପଦର ସ୍ଥିତ କାଳଞ୍ଜି କୋଠଗୃହ ଠାରେ ଓଡ୍ର ଖଣ୍ଡାୟତ କାଲଞ୍ଜି ସମାଜ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହୁରୀ ଅଞ୍ଚଳ ସଭାପତି ଗୁରୁନାଥ ବିଷୋୟୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ । ଏହି ସମାରୋହରେ ମୁଖ୍ୟଅତିଥି ରୂପେ କେନ୍ଦ୍ର ଉପ-ସଭାପତି ବୃନ୍ଦାବନ ଖଟେଇ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ପୂର୍ବତନ କେନ୍ଦ୍ର ସଭାପତି ତଥା ସମିତିସଭ୍ୟ କୋରାନାଥ ସ୍ୱାଇଁ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ମୁରଲୀଧର ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ନାଗରିକ ରୂପେ ଚରିତ୍ର ଗଠନକରିବା ସକାଶେ ପରାମର୍ଶ ଦେଇଥିଲେ ମହୁରୀ ଅଞ୍ଚଳ ଉପ-ସଭାପତି ରାଜ କିଶୋର ବରଡ଼ ସଭା ପରିଚାଳନା ଓ ଆୟୋଜନ କରିଥିଲେ । ଚଳିତବର୍ଷ ଦଶମ ଶ୍ରେଣୀରେ ଅଶୀ-ପ୍ରତିଶତ ଓ ଦ୍ଵାଦଶ ଶ୍ରେଣୀରେ ସତୁରୀ ପ୍ରତିଶତ ମାର୍କ ରଖିଥିବା ବୟାଳଶି ଜଣ କୃତି ଛାତ୍ର ଓ ଛାତ୍ରୀମାନଙ୍କୁ ଉପଢ଼ୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାଳଞ୍ଜି ସମାଜର ସରପଞ୍ଚ ବଶିଷ୍ଠ ଜେନା ଓ ସମିତିସଭ୍ୟା ଲକ୍ଷ୍ମୀ ସ୍ୱାଇଁ ବବିତାରାଣୀ ବରାଡ଼ ଓ ସମିତିସଭ୍ୟ ଜଗନ୍ନାଥ ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ବୈଠକରେ ଅନୀଲ କୁମାର ସ୍ୱାଇଁ, ଗିରିଧର ଭୂୟାଁ, ରାଜେନ୍ଦ୍ର ପ୍ରଧାନ, ରୋହିତ କୁମାର ଭୂୟାଁ, ରଞ୍ଜନ ସ୍ୱାଇଁ, ଭଗବାନ ସ୍ୱାଇଁ, କପିଳେଶ୍ୱର ତାରିଣୀ, କେଦାରନାଥ ସ୍ୱାଇଁ, ହରିଶ୍ଚନ୍ଦ୍ର ବରାଡ, ରଞ୍ଜନ ବରାଡ, ପ୍ରକାଶ ଚନ୍ଦ୍ର ବିଶୋୟୀ, ରାମହରି ସ୍ୱାଇଁ, ନୀରଞ୍ଜନ ସ୍ୱାଇଁ ଯୋଗ ପ୍ରମୁଖ ଦେଇଥିଲେ । ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଦେଇ ଜେନା ବିଭୁ ପ୍ରାର୍ଥନା ସହ ପ୍ରଦୀପ ପ୍ରଜ୍ଵଳନ କରିଥଲେ । ସଞ୍ଜୟ କୁମାର ଜେନା ମଞ୍ଚ ସଂଯୋଜନା ଦାୟିତ୍ୱରେ ଥିଲେ । ମହୁରୀ ଅଞ୍ଚଳର ୨୯ ଖଣ୍ଡ ଗ୍ରାମ୍ୟ କମିଟିର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ପରିଶେଷରେ ମହୁରୀ ଅଞ୍ଚଳ ପରିଷଦର ସମ୍ପାଦକ ମାନସ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.