oom

ଟିଟିଲାଗଡ଼ ଲାୟନ୍ସ କ୍ଲବର ବର୍ଷ ୨୦୨୫/୨୬ ପାଇଁ ନୂତନ କର୍ମକର୍ତ୍ତା ଚୟନ ସହ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ସମାଜ ସେବା କ୍ଷେତ୍ରରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ସଦାବେଳେ ନିଜର ଦାୟିତ୍ଵ ନିର୍ବାହ କରିଆସୁଛନ୍ତି ଏବଂ ଏହି ଦାୟିତ୍ଵ ଗ୍ରହଣ କରିବାକୁ ଚଳିତ ବର୍ଷ ୨୦୨୫/୨୬ ପାଇଁ ସ ସଭାପତି ଭାବରେ ସଞ୍ଜୟ ସୋନିଙ୍କୁ ଚୟନ କରାଯାଇଛି । ରବିବାର ସଂଧ୍ୟାରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ନୂତନ ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ପ୍ରଦୀପ କୁମାର ଅଗ୍ରୱାଲ, ଜୋନ ଚେୟାର ପର୍ସନ ମଦନ ପୃଷ୍ଟି, କେବିନେଟ ଟ୍ରେଜରର ରୋହିତ ଅଗ୍ରୱାଲ, ରିଯିଆନ ଚେୟାର ପର୍ସନ ବିଜୟ କୁମାର ଜୈନ, କେବିନେଟ ସେକ୍ରେଟାରୀ ମନିସ ଜୈନ, ପିଡିଜି ଯମୁନା ପ୍ରସାଦ ଗୋଏଲ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ପ୍ରଥମେ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ପରେ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଗଙ୍ଗାଧର ଶର୍ମା, ସମ୍ପାଦକ ଏକ ବର୍ଷର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ପୂର୍ବତନ ସଭାପତି ଗଙ୍ଗାଧର ଶର୍ମା ନିଜର ଦାୟିତ୍ଵ ନୂତନ ସଭାପତିଙ୍କୁ ହସ୍ତାନ୍ତର କରିଥିଲେ । ନୂତନ କର୍ମକର୍ତ୍ତାଙ୍କୁ ଡିଜି ପ୍ରଦୀପ ଅଗ୍ରୱାଲ ଶପଥ ପାଠ କରାଇଥିଲେ । ଚଳିତ ବର୍ଷ ସଭାପତି ସଞ୍ଜୟ ସୋନି, ସମ୍ପାଦକ ପଙ୍କଜ ନାମଦେବ, କୋଷାଧ୍ୟକ୍ଷ ବିନୟ ଜୈନ, ମେମ୍ବର୍ସିପ ଚେୟାର ପର୍ସନ ପ୍ରଭାତ ଗୋୟଲ, ଏଲ ସି ଆଇ ଏଫ୍ ଚେୟାର ପର୍ସନ ଦୀପକ ସାହୁ, ସର୍ଭିସ ଚେୟାର ପର୍ସନ ଆବାସ ଖାଁ, ଗୀତାଞ୍ଜଳି ମହାରଣା, ଅଜିତ ଚାନ୍ଦ ପାତ୍ର, ପି ଆର ଓ ଶୈଳେଶ ଗୋଏଲ, ଲିଓ ଏଡଭାଇଜର ମଦନ ପୃଷ୍ଟିଙ୍କୁ ଚୟନ କରାଯାଇଥିବା ବେଳେ ଫାଷ୍ଟ ଭିପି ମନିସ ଗୁପ୍ତା, ସେକେଣ୍ଡ ଭିପି ତ୍ରିଲୋକନଥ ଜୈନ ହୋଇଛନ୍ତି । ବୋର୍ଡ ଅଫ ଡାଇରେକ୍ଟରରେ ବିନ୍ଦୁ ସାହୁ, ଈଶ୍ୱର ଜୈନ, ରାମ ଗୋପାଳ ଚୌଧୁରୀ, ଶମ୍ଭୁ ପ୍ରସାଦ ଗୋୟଲ, ଦୀପକ ଗୋଏଲ, ରତ୍ନାକର ସାହୁ, ଲିଙ୍ଗରାଜ ସାହୁ, ଦୀପକ ପୃଷ୍ଟିର, ସନ୍ତୋଷ ମହାନ୍ତି ରହିଥିବା ବେଳେ ଏଡଭଇଜର କମିଟିରେ ସତ୍ୟନାରାୟଣ ଶର୍ମା, ଗୋପାଳ ପ୍ରସାଦ ଲାଠ, ଲିଲାଧର ଶର୍ମା, ମୋହିତ ମୋହନ ଦାସ, ସଜ୍ଜନ କମାନି, ଏଡମାନିଷ୍ଟ୍ରେସନ ସପୋର୍ଟ ଟିମରେ ଯମୁନା ପ୍ରସାଦ ଗୋୟଲ , ଟେଲ ଟୁଇଷ୍ଟର ଉମେଶ ଶର୍ମା, ଟେମର ଜଗଦୀଶ କମାନି ରହିଛନ୍ତି ।

jittmm
Leave A Reply

Your email address will not be published.