oom

ପୁରୀ ରଥଯାତ୍ରାରେ ଛତ୍ରପୁର ଅଞ୍ଚଳରୁ ୩୦୦ ଜଣିଆ ଟିମ୍ ସକ୍ରୀୟ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଚଳିତବର୍ଷ ଦେଖିବାକୁ ମିଳିଥିଲା ପ୍ରାୟ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କର ସମାଗମ ହୋଇଥିବା ବେଳେ ଛତ୍ରପୁର ଅଞ୍ଚଳରୁ ଅଂଶଗ୍ରହଣ କରିଥିବା ୩୦୦ ଜଣିଆ ସେବାପ୍ରତିନିଧି ଦଳ ସକ୍ରୀୟ ସହଯୋଗ ବେଶ୍ ପ୍ରଶଂସନୀୟ ହୋଇଥିବା ଜଣାଯାଇଛି । ଯାହା ଅନେକ ସ୍ଥାନର ଭକ୍ତଗୋଷ୍ଠୀ ଛତ୍ରପୁରର ୩୦୦ ଜଣିଆ ଟିମ୍ ଙ୍କ କର୍ତ୍ତବ୍ୟ ନିଷ୍ଠା କାର୍ଯ୍ୟରେ ବେଶ୍ ପ୍ରଶଂସାର ସହ ସାଧୁବାଦ ଜଣାଇଛନ୍ତି । ପ୍ରକାଶ ଥାଉକି, ରଥଯାତ୍ରା ପାଇଁ ପାଗ ଅନୁକୂଳ ଥିବା ସତ୍ତ୍ୱେ ଭିଡ଼ ମଧ୍ୟରେ ଫସିଯାଇ ବହୁ ଲୋକ ଅଣ-ନିଶ୍ୱାସୀ ହୋଇ ଅଚେତ ହୋଇପଡିଥିଲେ, ତଥା ଭିଡର ଫାଇଦା ଉଠାଇବାକୁ ଭୁଲି ନଥିଲେ କିଛି ଅସାମାଜିକ ବ୍ୟକ୍ତି । କିନ୍ତୁ ସେତିକିବେଳେ ଦେବଦୂତ ସାଜି ଆସିଥିଲେ ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ର ଓ ଛତ୍ରପୁରରେ ପଦସ୍ଥ ଅଧିକାରୀ ଅତିରିକ୍ତ ନ୍ୟାୟିକ ପବ୍ଲିକ ପ୍ରୋସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ୩୦୦ ଜଣିଆ ସେବାପ୍ରତିନିଧି ଦଳର ଟିମ୍ ସେବା କାର୍ଯ୍ୟ କରି ବେଶ୍ ଜନାଦୃତ ହୋଇଛନ୍ତି । ସୂଚନାଯୋଗ୍ୟ, ସଂଗଠନର ସଦସ୍ୟ ଦୀପା ମହାରଣା ଓ ଦୁର୍ଗା ପ୍ରସାଦ ପରିଡ଼ାଙ୍କ ପ୍ରଚେଷ୍ଟା ବଳରେ ଜଣେ ଭକ୍ତ ତାଙ୍କର ମୋବାଇଲଟିକୁ ଚୋରଙ୍କ କବଳରୁ ଫେରି ପାଇଥିଲେ । ସେହିପରି ଅମିତ ପାତ୍ର, ତପନ ମୁଦୁଲି ଓ ସୁଶାନ୍ତ ଗୌଡ଼ଙ୍କ ସହାୟତାରେ ନିଖୋଜ ଥିବା ଏକ ବାଳକକୁ ତା’ର ପରିବାର ମିଳିଥିଲା । ଗୁରୁତର ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଆଶୁ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଥିଲେ ବିକାଶ ମହାରଣା, ଟୁଟୁ ନାୟକ, ଶ୍ରୀତମ ପଟ୍ଟନାୟକ, ଶ୍ରୋତ ଶାଶ୍ୱତ, ଦୁର୍ଯ୍ୟେଧନ ସ୍ୱାଇଁ ଓ ମାନସ ନାୟକ । ସେହିପରି ଦିନ ତମାମ ପୁରୀ ଲୋକନାଥ ରୋଡ଼ରେ ଅବସ୍ଥିତ ନିଗମାନନ୍ଦ ଆଶ୍ରମ ସହାୟତାରେ ସଂଗ୍ରାମ ପ୍ରଧାନ, ହଟ କିଶୋର ଦେହୁରୀ, ସନାତନ ମହାରଣା, ସାମ୍ବାଦିକ ପ୍ରଦୀପ କୁମାର ସାହୁ, ସମୀର ପ୍ରଧାନ ଓ ସୁମନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ବଡ଼ ଦାଣ୍ଡରେ ଅଗଣିତ ଭକ୍ତମାନଙ୍କୁ ଲେମ୍ବୁ ପାଣି ତଥା ଗ୍ଲୁକୋଜ ବଣ୍ଟା ଯାଇଥିଲା । ଏତଦବ୍ୟତୀତ ସ୍ପର୍ଶ ହସ୍ପିଟାଲରେ କାର୍ଯ୍ୟରତ ଡ଼ଃ ପ୍ରିୟବ୍ରତ ପଟ୍ଟନାୟକ, ପପୁନ କର, ଧର୍ମା ରାଓ, ଅଭିଷେକ ସେନାପତି ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସା ସହାୟତା ପ୍ରଦାନ କରି ପ୍ରଶଂସିତ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟ ଇଂଜିନିୟର ବିଶ୍ୱଜିତ ପ୍ରଧାନ, ହାଇକୋର୍ଟ ଓକିଲ ବିଜୟ ଜେନା, ଲସିତ ବରଣ ବେହେରା, ମାଧବ ସାସମଲ ତଥା ସଞ୍ଜୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିବା ୮ଘଟିକାରୁ ରାତି ୧୦ ଘଟିକା ର୍ପ୍ୟନ୍ତ ଜାରିରହିଥିଲା । ପ୍ରାପ୍ତ ସୂଚନା ମୁତାବକ, ବାହୁଡା ଯାତ୍ରାରେ ମଧ୍ୟ ଏହି ଭଳି ସେବା କାର୍ଯ୍ୟ ନିଗମାନନ୍ଦ ଆଶ୍ରମର ମିଳିତ ସହଯୋଗରେ ଜାରି ରହିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.