oom

କେସିଙ୍ଗା ବିଜେପି ପାର୍ଟୀ ତରଫରୁ ୧୨୩ତମ ” ମନ କି ବାତ” କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ସାରା ଭାରତ ବର୍ଷରେ ସମସ୍ତେ ଅପେକ୍ଷା କରନ୍ତି ମାନ୍ୟବର ପ୍ରଧାନ ମନ୍ତ୍ର ଶ୍ରୀମୋଦୀଜି ଙ୍କ” ମନ କି ବାତ ” କାର୍ଯ୍ୟକ୍ରମର କହିକି ନା ଏହି କାର୍ଯ୍ୟକ୍ରମରେ ମୋଦିଜୀ ଭାରତ ବର୍ଷର ବିଭିନ୍ନ ଆଞ୍ଚଳିକ ବିଶେଷତଃ ବିଷୟ ରେ ବର୍ଣ୍ଣନା କରାଇଥାନ୍ତି । ଆଜି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜେପି ପାର୍ଟି ତରଫରୁ ୧୨୩ ତମ ” ମନ କି ବାତ ” କାର୍ଯ୍ୟକ୍ରମ ତିନୋଟି ସ୍ଥାନରେ ଆୟୋଜିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ମୋଦିଜୀ ବିଶେଷ ଧ୍ୟାନ ଆକର୍ଷଣ କରିଥିଲେ ଲୋକାଲ ଫର ଫୋକାଲ, ନାରୀ ସଶକ୍ତିକରଣ, ସ୍ଵସ୍ଥା, ୧୯୭୫ର ଭାରତୀୟ ଜରୁରୀକାଳୀନ ପରିସ୍ଥିତି, ବୌଦ୍ଧ ଧର୍ମ ଓ ଖେଳ ବିଷୟରେ । ଭାରତରୁ ଭିଏତନାମକୁ ପଠାଗଲା ଭଗବାନ ବୌଦ୍ଧଙ୍କ ସ୍ମୃତି ବିଶେଷ । ଭିଏତନାମ ବାସୀ ୧୦ ଦିନ ଧରି ଏହି ସମୟକୁ ପର୍ବ ରୂପେ ପାଳନ କରିଥିଲେ, ବଡ଼ୋଲେନ ଆସାମ ପ୍ରଦେଶର ଗୋଟିଏ ଛୋଟ ଜାଗାଟିଏ କିନ୍ତୁ ଭଲ ଫୁଟବଲ ଖେଳାଳି ତିଆରି ରୂପେ ପରିଚିତ, ମେଘାଳୟର ଏରି ସିଲ୍କ ଶାଢ଼ିର ବିଶେଷତ୍ୱ ବିଷୟରେ ବର୍ଣ୍ଣନା କରାଇଥିଲେ, ଆନ୍ଧ୍ର ପ୍ରଦେଶର ଭଦ୍ରଚଳମ ଯେଉଁଠି ନାରୀଙ୍କ ଦ୍ଵାରା ତିଆରି ହୁଏ ଖାଇବା ବିସ୍କୁଟ ଓ ନାରୀଙ୍କ ପାଇଁ ସାନିଟାରୀ ପେଡ । ଏହି କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟିର ସଭାପତିଙ୍କୁ ପରିଡାଙ୍କ ନେତୃତ୍ଵରେ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପୂର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଜିଲ୍ଲା ସହଯୋଗୀ ସନ୍ତୋଷ ଦାଶ, ଉପସଭାପତି ପ୍ରୀତେଶ ପଟେଲ, ଚ୍ଛେଲା ଉଦ୍ଭବ ସାହା, ସାଧାରଣ ସମ୍ପାଦକ ଯୁଗଳ ଦୀପ, ସୁନୀଲ ଜୈନ, କମଳାକାନ୍ତ ସାହୁ ଓ ସଦସ୍ୟ ଗଣ ।

jittmm
Leave A Reply

Your email address will not be published.