ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନଠାରେ ଜୁନ୍ ମାସରେ ଜନ୍ମଗ୍ରହଣ କରିଥିବା ସଦସ୍ୟ, ସମାଜସେବୀ ଓ ଅନ୍ତେବାସୀଙ୍କୁ ନେଇ ୧୧୪ ତମ ସାମୁହିକ ଜନ୍ମ ଦିବସ ପାଳନ କରାଯାଇଥିଲା । ଅନ୍ୱେଷାର ସଭାପତି କଳ୍ପନା ଶତପଥୀଙ୍କ ଅଧ୍ୟକ୍ଷତା ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ଆବାହକତ୍ଵ ତଥା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଚନ୍ଦ୍ରଶେଖର ଶତପଥୀ, ଉପଦେଷ୍ଟା କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ବୋଲି ମତ ରଖିଥିଲେ । ଏହି ଅବସରରେ ପୂଜା ପ୍ରସାଦ, କଳ୍ପନା ଶତପଥୀ, ସେବା ପ୍ରତିଷ୍ଠାନର ହେମନ୍ତା ତାଣ୍ଡିଆ, ତନଭିଙ୍କ ସହ କିଛି ଅନ୍ତେବାସୀଙ୍କ ଜନ୍ମ ଦିନ ପାଇଁ କେକ୍ କଟାଯାଇ ଶୁଭ ମନାସି ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସମସ୍ତ ଅନ୍ତେବାସୀଙ୍କ ମଧ୍ୟରେ କେକ୍, ବିଭିନ୍ନ ପ୍ରକାରର ଫଳ ଯଥା ସପୁରୀ, ଆମ୍ବ, ପିଜୁଳି, କଦଳୀ, ଥଣ୍ଡାପାନୀୟ ଆଦି ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପି ଚୈତନ୍ୟ, ବୈଶାଖୀ ସାହୁ,ତରୁଲତା ସାମଲ, ସସ୍ମିତା ପ୍ରଧାନ, ଦୁର୍ଯ୍ୟୋଧନ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ଓ ସମାଜସେବୀ ଅର୍ଚ୍ଚନା ଦେବତା, ବିଜୟଲକ୍ଷ୍ମୀ ତ୍ରିପାଠୀ, ମନିଷା ଭଞ୍ଜ ପ୍ରମୁଖ ଆବଶ୍ୟକୀୟ ସହଯୋଗ କରିଥିଲେ । ଶେଷରେ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.