
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଉପଖଣ୍ଡ ସ୍ତରୀୟ ଯୋଗାଣ ବିଭାଗର ତଦନ୍ତ ଟିମ ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ପେକ୍ସରେ ବରଗଡ ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାକୁ ବେଆଇନ ଭାବେ ଚାଲାଣ ଧାନ ସୂଚନା ପାଇ ଅତର୍କିତ ଚଢାଉ କରିଥିଲେ । ବଲାଙ୍ଗିର ଜିଲ୍ଲା ସଦର ଅତିରିକ୍ତ ଯୋଗାଣ ଅଧିକାରୀ ଶରତ କୁମାର ରାଉତଙ୍କ ତତ୍ୱାବଧାନରେ ପିକଅପଭ୍ୟାନ ନଂ ଓଡି୦୩ଡି ୫୨୩୫ ଗାଡିରେ ୬୦ବସ୍ତା ଧାନ ପରିମାଣ ୨୪କୁଇଣ୍ଟାଲ ୧୮ କେଜି ଆଗଲପୁର ଯୋଗାଣ ଅଧିକାରୀ ଚନ୍ଦନ ସ୍ୱାଇଁ ସିଜ କରିଥିବା ସୂଚନା ମିଳିଛି । ଉକ୍ତ ଧାନ ବୋଝେଇ ଗାଡିକୁ ଆଗଲପୁର ଥାନାରେ ଅଟକ ରଖି ତଦନ୍ତ ଚାଲୁଥିବା ସୂଚନାରୁ ପ୍ରକାଶ । ପ୍ରାରମ୍ଭିକ ତଦନ୍ତରୁ ଉକ୍ତ ଧାନ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଚାଁଟିପାଲି ଗ୍ରାମର ଅନାଦି ଦଣ୍ଡସେନା ନାମରେ ଉଠାଯାଇଥିଲା । ଏହିପରି ଆହୁରି ବେଆଇ ଧାନ ଚାଲାଣ ଚଢାଉ ହେବ ବୋଲି ବିଭାଗିୟ ସୂତ୍ରରୁ ପ୍ରକାଶ ।