
ଆଗଲପୁର, (ବିମଳେନ୍ଦୁ ସାହୁ) : (ଡୁଡୁକା) ବ୍ଲକ ସାଲେଭଟା -କୁଟାସିଂହା ରାସ୍ତାର ପୁଣି କେତେକ ସ୍ଥାନରେ ଦବିଯାଇ ଫାଟ ସୃଷ୍ଟି ହୋଇଛି । ରାସ୍ତା ନିର୍ମାଣକୁ ମାସେ ପୂରିନଥିବାବେଳେ ଦବି ଯାଉଥିବାରୁ ଠିକା ସଂସ୍ଥା ନିହାତି ନିମ୍ନମାନର କାମ କରିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମନାମାନୀ ଯୋଗୁଁ ଏଭଳି କାମ ହେଇଛି ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି । ନିଜ ଦୋଷ ଲୁଚେଇବାକୁଯାଇ ଦବିଥିବା ସ୍ଥାନରେ ଠିକା କର୍ମଚାରୀ ପଥରଗୁଣ୍ଡ ମିଶା ମେଟାଲ ପକାଇ ପ୍ୟାଚ କାମ କରୁଥିବା ଦେଖା ଯାଇଛି । ଗାଇଡଲାଇନ ଅନୁସାରେ ରାସ୍ତା କାମ ହୋଇନଥିବାରୁ ୩୦ କୋଟିର ମାସେ ନ ପୂରୁଣୁ ଦବି ଯାଉଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକଶ ପାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।