
ପାଟଣାଗଡ଼ : (ପୁସ୍ତମ୍ ଯୁଆଡି) : ଶୁକ୍ରବାର ଦିନ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଲକ ଅର୍ନ୍ତଗତ ଭଇଁଷାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁଉ ତତ୍ୱାବଧାନରେ ୦୧-୦୬-୨୦୦୮ ରୁ ୦୧-୦୬ ୨୦୧୮ ମଧ୍ୟରେ ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ତଥା ବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ନିମନ୍ତେ ନୂତନ ଅନୁଦାନ ନୀତି ପ୍ରଣୟନ ପାଇଁ ଖୋଲା ଆକାଶ ତଳେ ସର୍ବ ସମ୍ମୁଖରେ ଆଲୋଚନାଚକ୍ର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଏ ସମ୍ପର୍କରେ ବାରମ୍ବାର ସରକାରଙ୍କ ଅବଗତ କରାଇଥିଲେ ମଧ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରୁନଥିବାରୁ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା । ପାଟଣାଗଡ଼ ଖଣ୍ଡ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗୁଣସାଗର ଠାକୁର ଓ ଅନ୍ୟମାନେ ସହଯୋଗ କରିଥିଲେ ।