oom

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ : ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଫେରିବେ

jsmm

ଭୁବନେଶ୍ୱର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ଅଛନ୍ତି । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଫେରିବେ । ଏ ନେଇ ସୂଚନା ଦେଇଛନ୍ତି ବିଜେଡ଼ି ରାଜନୈତିକ ବ୍ୟାପାର କମିଟି ସଦସ୍ୟ ସଞ୍ଜୟ ଦାସବର୍ମା । ସେ କହିଛନ୍ତି, ବୁଧବାର ମୁମ୍ବାଇ ଧିରୁଭାଇ ଅମ୍ବାନୀ କୋକିଳାବେନ୍ ହସ୍ପିଟାଲ ଯାଇ ସାକ୍ଷାତ କରିଆସୁଛୁ । ବର୍ତ୍ତମାନ ତାଙ୍କର ଚିକିତ୍ସା କ’ଣ ହେଉଛି ସେ ବିଷୟରେ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଆଲୋଚନା କରିଛୁ । ଜଗନ୍ନାଥଙ୍କ କୃପାରୁ ନବୀନ ପଟ୍ଟନାୟକ ସୁସ୍ଥ ଅଛନ୍ତି । ଆସନ୍ତା ୨୨ ତାରିଖରେ ସର୍ଭିକାଲ ଆର୍ଥାଇଟିସ୍ ଅପରେସନ ହୋଇଥିଲା । ୨୦ ତାରିଖରେ ଅପରେସନ ପାଇଁ ମୁମ୍ବାଇ ଯାଇଥିଲେ ନବୀନ ପଟ୍ଟନାୟକ ।

jittmm
Leave A Reply

Your email address will not be published.