oom

ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ ୩୭ କେଜି ଗଞ୍ଜେଇ ଜବତ : ୩ ଗିରଫ

jsmm

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ଅର୍ନ୍ତଗତ ଜଡ଼ାମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ କୋମନା ପୁଲିସ ଦ୍ଵାରା ୩୭ କେଜି ଗଞ୍ଜେଇ ଜବତ ହୋଇଛି । ବିଶେଷ ସୂତ୍ରରୁ ସୂଚନା ପାଇ ଜଡ଼ାମୁଣ୍ଡା ବସ୍ ଷ୍ଟାଣ୍ଡରେ କୋମନା ପୁଲିସ ଚଢ଼ାଉ କରିଥିଲା । ସେଠାରୁ ୩୭ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ୩ ଜଣ ପଣ୍ଡରାପଥର ଗାଁର କିଶୋର ରାଉତ, ଦୁହେଲପଡ଼ା ଗାଁର ଅଚୁତ୍ୟ ନାଏକ ଓ ମଧ୍ୟ ପ୍ରଦେଶର ଅମିତ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

jittmm
Leave A Reply

Your email address will not be published.