csstore

ମୁରିବାହାଲ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ମୁରିବାହାଲ ଓ ହଳଦୀ କଲେଜରେ ବିକ୍ଷୋଭ ପ୍ରଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା ସହ ସାରା ରାଜ୍ୟରେ ହୁହୁ ହୋଇ ବଢ଼ିଚାଲିଥିବା ମହିଳା ନିର୍ୟାତନା ବିରୁଦ୍ଧରେ ବୁଧବାର ମୁରିବାହାଲ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମୁରିବାହାଲ ଓ ହଳଦୀ କଲେଜରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ କରାଯାଉଥିବା ବେଳେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବିଭିନ୍ନ କଲେଜଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ କଲେଜଗୁଡିକୁ ବନ୍ଦ କରାଯାଇଥିବା ଜଣାପଡିଛି । ଏଥିରେ ମୁରିବାହାଲ ବିଜୁଯୁବ ଛାତ୍ର ଜନତା ଦଳ ତରଫରୁ ମୁରିବାହାଲ ଡ଼ିଗ୍ରୀ କଲେଜରେ ବିଜେଡ଼ି ନେତା ଦିଲ୍ଲୀପ ପୃଷ୍ଟି, ଚିତ୍ତରଞ୍ଜନ ବାଗ, କଶ୍ୟପ ସରାଫ, ଯୁଧିଷ୍ଠିର ଭରାସଗରିଆ, ଅଭିଳାଷ ବଘାର, ବ୍ରଜେଶ୍ୱର ସାହୁ ତଥା ହଳଦୀ ଭିଏସଏସ କଲେଜରେ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ, ନିର୍ମଳ ଯାନୀ, ଅଶୋକ ଭୋଇ, ଭବାନୀ ଛତ୍ରିଆ, ମାୟାଧର ସାହୁ, ହେମସାଗର ସାହୁ, ମାୟାଧର ପୋଢ଼, ନିଲାମ ମହାକୁର ଓ ପିଙ୍କୁ ପଶାୟତ ପ୍ରମୁଖଙ୍କ ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ କରାଯାଇ କଲେଜଗୁଡ଼ିକୁ ବନ୍ଦ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିବାରୁ ପାଠପଢା ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.