
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ହିଞ୍ଜିଳି ବ୍ଲକରେ ଦେଖିବାକୁ ମିଳିଛି, ଅଭାବନୀୟ ଘଟଣା । ବ୍ଲକରେ ଆଠ ମାସ ହେଲା ଉନ୍ନୟନ ମୂଳକ କାମ ଠପ୍ ହୋଇଥିବା ସୂଚନା ମିଳିଛି । ଯାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟା ସମୟରୁ ବ୍ଲକ କାଳୟ ସମ୍ମୁଖରେ ହିଞ୍ଜିଳି ବ୍ଲକ୍ ଅଧିନସ୍ଥ ଆମ୍ବଗାଁ ପଞ୍ଚାୟତ ସମିତିସଭ୍ୟାଙ୍କ ସ୍ଵାମୀ ତଥା ପ୍ରତିନିଧି ମାର୍କଣ୍ଡ ପାଣିଗ୍ରାହୀ ଧାରଣାରେ ବସିଥିବା ଦୃଶ୍ୟମାନ ହୋଇଛି । ଜନପ୍ରତିନିଧି ମାନଙ୍କୁ ବ୍ଲକ ପ୍ରଶାସନ ଅଣଦେଖା ସହ ପାତର ଅନ୍ତର କରୁଥିବା କହିଛନ୍ତି, ସମିତିସଭ୍ୟାଙ୍କ ପ୍ରତିନିଧି ମାର୍କଣ୍ଡ ପାଣିଗ୍ରାହୀ । ବ୍ଲକ ପ୍ରସାଶନ ସମସ୍ତ ବିଭାଗ କାର୍ଯ୍ୟ କରାଇ ଦେଇନଥିବା ମଧ୍ୟ କହିଥିବା ଜଣାପଡିଛି । ହିଞ୍ଜିଳିକାଟୁ ବ୍ଲକର ଜନସାଧାରଣଙ୍କ ସାମୂହିକ ଉନ୍ନତି ପାଇଁ ପ୍ରଶାସନ ଓ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଭାଜପାର ଶିକିରି ମଣ୍ଡଳ ସଭାପତି ତଥା ସମିତି ସଭ୍ୟାଙ୍କ ପ୍ରତିନିଧି ମାର୍କଣ୍ଡ ପାଣିଗ୍ରାହୀ ବ୍ଲକ ଶାସନ ଆମ୍ବଗାଁ ଅଞ୍ଚଳରେ ବିବିଧ ଉନ୍ନତି ମୂଳକ କାମ ଆଖି ଦୃଷ୍ଟି ହୋଇନଥିବା କହିଛନ୍ତି ।